OdiaWeb- Odia Film, Music, Songs, Videos, SMS, Shayari, Tourism, News

ସବ୍‌ଜୀ କୋଚର୍

sabaji kochori
sabaji kochori

ସାମଗ୍ରୀ :
ଫୁଲକୋବି-୨୦୦ ଗ୍ରାମ୍
ଗାଜର-୨୦୦ ଗ୍ରାମ୍
ଆଳୁ-୨୦୦ଗ୍ରାମ୍‌
କଖାରୁ-୨୦୦ଗ୍ରାମ୍‌
କ୍ୟାପ୍‌ସିକମ୍ -୧ଟି ବଡ
ଅଦା-୧ ଇଞ୍ଚ
ତେଲ-ଛାଣିବାକୁ
ଘିଅ-୧୨୫ ଗ୍ରାମ୍
ଜିରା- ୧ ଚାମଚ
ରାଇ-୧ ଚାମଚ
ଲଙ୍କାଗୁଣ୍ଡ-୨ ଚାମଚ
ହଳଦି ଗୁଣ୍ଡ-୧/୨ ଚାମଚ
ଲୁଣ- ସ୍ୱାଦାନୁସାରେ
ଗ୍ରୀନ୍ ମଟର- ୨୦୦ ଗ୍ରାମ୍
କଟା ରସୁଣ-୧ ଚାମଚ
ଆମ୍‌ଚୁର୍-୨ ଚାମଚ
ଧନିଆ ପତ୍ର-୧ ଟେବୁଲ୍-ଚାମଚ

ପ୍ରାଣାଳୀ:
ପରିବାସବୁକୁ ସମାନ ସାଇଜ୍‌ରେ ସରୁ ଲମ୍ବାରେ କାଟି ରଖନ୍ତୁ | ଅଦାକୁ ମଧ୍ୟ ଲମ୍ବା ସରୁ କରି କାଟନ୍ତୁ |ତେଲ ଗରମ କରି ଉପରେକ୍ତ ପରିବାସବୁକୁ ୩-୪ ମିନିଟ୍ ଛାଣି କାଢି ଅଧିକ ତେଲ କାଗଜରେ ନିଗାଡି ନିଅନ୍ତୁ | ପ୍ୟାନ୍‌ରେ ଘିଅ ପକାଇ ଜିରା ଓ ସୋରିଷ (ଛୋଟ) ଫୁଟାନ୍ତୁ | ଫୁଟିଗଲେ ଲଙ୍କାଗୁଣ୍ଡ ,ଲୁଣ ଓ ହଳଦି ପକାନ୍ତୁ | ପରେ ପରିବାସବୁ ପକାଇ ଗୋଳାଇ ୨୦୦ ମିଲି ପାଣି ଦିଅନ୍ତୁ |ପାଣି ଫୁଟିଗଲେ ଆଞ୍ଚ କମାଇ ସିଝିବାଯାଏଁ ରାନ୍ଧନ୍ତୁ | ଶେଷରେ ଅଦା ,ରସୁଣ,ଆମ୍‌ଚୁର୍ ,ଧନିଆଗୁଣ୍ଡ ପକାଇ ଗୋଳାଇ ଜକଜକ ହୋଇଆସିଲେ ଧନିଆପତ୍ର ପକାଇ ସର୍ଭ କରନ୍ତୁ |

Comments

comments