OdiaWeb- Odia Film, Music, Songs, Videos, SMS, Shayari, Tourism, News

ଶାଗୁ ଉପମା

sabudana upama recipe
sabudana upama recipe

ସାମଗ୍ରୀ :
ଶାଗୁ -୧ କପ୍‌ .
ଚୀନାବାଦାମ -ମୁଠାଏ
ଅଦା-ଅଧ ଇଞ୍ଚ
କଞ୍ଚାଲଙ୍କା- ୪ ଟା
ଧନିଆପତ୍ର କିଛି
ପରିମାଣ ଅନୁସାରେ ଲୁଣ
ପାଣି -ଏକ କପ୍‌
କାଗେଜିଲେମ୍ବୁ – ଫାଳେ

ପ୍ରଣାଳୀ :
ଶୁଖିଲା କରେଇରେ ଚୀନାବାଦାମ ଭାଜି ଚୋପା ଛଡ଼ାଇ ଅଧା ଅଧା ଛେଚିକି ରଖ । ଶାଗୁକୁ ୧ କପ୍‌ ପାଣିରେ ଅଧଘଣ୍ଟା ଭିଜାଇ ରଖ । ଶାଗୁ ଭିଜିଯିବ ଓ ପାଣି ରହିବନି | ଅଦା, କଞ୍ଚାଲଙ୍କା ଓ ଧନିଆପତ୍ର ଚୂନାଚୂନା କାଟି ଶାଗୁରେ ମିଶାଅ । ସେଥିରେ ଲୁଣ ବାଦାମଗୁଣ୍ଡ ଲେମ୍ବୁରସ ମିଶାଇ ଖାଇବ । ଇଚ୍ଛା ହେଲେ ନଡ଼ିଆ କୋରା ଓ କଞ୍ଚାଲଙ୍କା କଟା ବି ମିଶାଇ ଖାଇପାରିବ ।

ମିଠା ଖାଇବା ଲୋକମାନେ ନଡ଼ିଆ କୋରା, ଛେନା, କଦଳୀ, ଚିନି, କ୍ଷୀର ଶାଗୁଭିଜାରେ ଚକ ଟି ଖାଇପାରନ୍ତି ।

Comments

comments