OdiaWeb- Odia Film, Music, Songs, Videos, SMS, Shayari, Tourism, News

ରୋଲ୍

vegetable kathi roll
vegetable kathi roll

ସାମଗ୍ରୀ :
ମଇଦା- ୨ କପ୍
ଆଳୁ : ୨ ଟା
ଫୁଲକୋବି -୪ ପାଖୁଡା
ମଟରମଞ୍ଜି -ମୁଠାଏ
ଗାଜର-ଗୋଟାଏ
ବିନ୍ – ଆଠଟା
ଟମାଟୋ – ଗୋଟାଏ
କଞ୍ଚାଲଙ୍କା- ୪ଟା
ଧନିଆପତ୍ର କିଛି
ଜିରା-୧/୨ ଚାମଚ
ଲୁଣ ହଳଦୀ
ରିଫାଇନ୍ ତେଲ
ଗରମମସଲା ଗୁଣ୍ଡ-୧/୨ ଚା ଚାମଚ

ପ୍ରଣାଳୀ :
ଆଳୁ ,ଫୁଲକୋବି ,ଗାଜର ଓ ବିନ୍ ଛୋଟ ଛୋଟ କାଟିବ | ଟମାଟୋ ,କାକୁଡି , କଞ୍ଚାଲଙ୍କା ଓ ଧନିଆପତ୍ର ଛୋଟ ଛୋଟ ଅଲଗା ରଖିବ | କରେଇରେ ତେଲ ଦେଇ ଜିରା ଫୁଟାଇ ଆଳୁ ପ୍ରଭୃତି କଟା ପରିବା ପକାଇବା | ଲୁଣ ହଳଦୀ ଦେଇ ମିଶାମିଶି କରି ଢିଙ୍କି ଦେଇ | କମ୍ ନିଆଁରେ ରଖିବ | ମଝିରେ ମଝିରେ ମିଶାଇ ଦେଉଥିବ | ପରିବା ସିଝିଗଲେ ସେଥିରେ ଗରମ ମସଲା ଗୁଣ୍ଡ ଦେଇ ମିଶାଇ ଓହ୍ଲାଇ ଦେବ |
ମଇଦାରେ ୨ ଟେବୁଲ୍ ଚାମଚ ମଏନ୍ ଓ ଲୁଣ ଦେଇ ଭଲ ଭାବରେ ମିଶାଇ ନିଅ | ଏହା ଦଳି ଦିଅ ଭଲଭାବରେ | ଏହାକୁ ବାରଟା ଗୁଳା କରି ନିଅ | ଗୋଲ ଗୋଲ ପରଟା ଭାଜି ନିଅ ,ଅଳ୍ପ ରିଫାଇନ୍ ତେଲ ଦେଇ |

Comments

comments