OdiaWeb- Odia Film, Music, Songs, Videos, SMS, Shayari, Tourism, News

ମୂଳା ଶାଗ

Mula Saga Recipe

Mula Saga Recipe

ପ୍ରସ୍ତୁତି ସାମଗ୍ରୀ : ୪ ବିଢ଼ା କଅଁଳିଆ ମୂଳା ଶାଗ, ଗୋଟିଏ ମୂଳା, ୪ ଚାମଚ ମୁଗଜାଇ, ଗୋଟେ ଗାଜରରୁ ଅଧେ, ଅଧା କପ୍‌ ଗୁଣ୍ଡମୁଢ଼ି, ୨/୩ଟି କଞ୍ଚାଲଙ୍କା, ୨ ଚାମଚ ଜିରା ଓ ସୋରିଷ, ୨ ଚାମଚ ସୋରିଷ ତେଲ ଓ ସ୍ଵାଦ ଅନୁଯାୟୀ ଲୁଣ !

ପ୍ରସ୍ତୁତ ପ୍ରଣାଳୀ : ମୂଳା ଶାଗରୁ ଶିରାଗୁଡ଼ିକ କାଢ଼ିଦେଇ ଧୋଇ ଚୂନା ଚୂନା କରି କାଟି ରଖନ୍ତୁ । ମୂଳା ଓ ଗାଜରକୁ ସରୁ ସରୁ କାଟି ଧୋଇ ଦିଅନୁ । ପ୍ରେସର୍‌କୁକର୍‌ରେ ୧ କପ୍‌ ପାଣି ଦେଇ ସେଥିରେ ମୁଗଜାଇ, ଶାଗ ଓ କଟାପରିବା ପକାଇ ଲୁଣ ଦେଇ ଡ଼ାଙ୍କୁଣୀ ବନ୍ଦ କରନ୍ତୁ । ପ୍ରେସର୍‌କୁକର୍‌ ସିଟି ମାରିବା ପୂର୍ବରୁ ଗ୍ୟାସରୁ ଓହ୍ଲାନ୍ତୁ । କଡ଼େଇରେ ତେଲ, ଫୁଟଣ, ଲଙ୍କା ଦେଇ ଚୁଲିରେ ବସାନ୍ତୁ । ଫୁଟଣ ଫୁଟିଲେ ସିଝା ପରିବା ପକାଇଦିଅନ୍ତୁ । ଏବେ ଗୁଣ୍ଡମୁଢ଼ି ପକାଇ ଶାଗକୁ ଭଲଭାବେ ଘାଣ୍ଟନ୍ତୁ । ୧ ଚାମଚ ସୋରିଷ ତେଲ ପକାଇ କ୍ୟାସ୍‌ରୋଲ୍‌ରେ ରଖନ୍ତୁ । ଗରମ ଥବା ଅବସ୍ଥାରେ ଏହାର ପରିବେଷଣକରନ୍ତୁ ।

Comments

comments