OdiaWeb- Odia Film, Music, Songs, Videos, SMS, Shayari, Tourism, News

ମୁଆଁ ପିଠା

Mua Pitha
Mua Pitha

ସାମଗ୍ରୀ :
ବିରି -୧କପ୍‌
ଅରୁଆଚାଉଳ – ୨ କପ୍‌
ନଡ଼ିଆ -୧ ଟା
ଚିନି- ୧ କପ୍
ଗୁଜରାତି – ୫ଟା
ଲୁଣ-ସ୍ୱାଦାନୁସାରେ

ପ୍ରଣାଳୀ :
ବିରି ଓ ଅରୁଆଚାଉଳ ଭିଜାଇ ନେଇ ଇଡ୍‌ଲି ଆଣପରି ବାଟି ମିଶାଇ ଦିଅ । ଏହାକୁ୍ ଦୁଇ ଘଣ୍ଟା ରଖିଦିଅ । ନଡ଼ିଆ କୋରି ଚିନି ଓ ଗୁଜରାତି ଗୁଣ୍ଡ ଦେଇ ଭାଜି ରଖ ।ଗୋଟିଏ ଡେକ୍‌ଚିରେ ଅଧା ଡେକ୍‌ଚି ପାଣି ରଖ୍‌ ଡେକ୍ଚି ମୁହଁକୁ ଗୋଟିଏ ପରିଷ୍କାର ପୁରୁଣା କନାରେ ବାନ୍ଧି ଦିଅ । କନା ଯେପରି ମଜଭଉତ୍‌ ଥାଏ । ତା ଉପରେ ପ୍ରଥମେ ପାଣି ଢାଳିଦିଅ । କନା ପରେ ୧/୪ ଭାଗ ଆଣ ଢାଳି ଦିଅ । ସେ ଆଣ ଉପରେ ନଡ଼ିଆ ପୁରର ଅଧା ଭାଗ ଛିଞ୍ଚି ଦିଅ । ପୁର ଉପରେ ପୁଣି ୧/ ୪ ଭାଗ ଆଣ । ଏହି ଡେକ୍‌ଚିକୁ ଅନ୍ୟ ଏକ ଗାଙ୍ଗୁଲାରେ ଢାଙ୍କି ଦିଅ। ଦେଖିବ କନାର କୌଣସି ଅଂଶ ଯେପରି ନିଆଁରେ ପୋଡ଼ି ନ ଯାଏ । ଅଧଘଣ୍ଟା ପରେ ଡେକ୍‌ଚିଟିକୁ ଓହ୍ଲାଇ ନେବ । ଢାଙ୍କୁଣୀ ଖୋଲି ଦେଖିବ ପିଠା ସିଝିଛି କି ନାହିଁ । ଗୋଟିଏ ସ୍ୱେଟର୍‌ ବୁଣା କଣ୍ଟାରେ ପିଠାକୁ ଫୁଟାଇବ । କଣ୍ଟାରେ ଯଦି ଆଣ ନ ଲାଗେ ତେବେ ମିଠା ହୋଇଯାଇଥିବ । ପିଠା ଉପରେ ଗୋଟିଏ ଥାଳି ରଖି କନା ଖୋଲି ଦେଇ ଓଲଟାଇ ଦେଲେ ପିଠାଟି କେକ୍‌ ପରି ବାହାରି ଆସିବ । ଏହାକୁ କାଟି କାଟି ଖାଇବାକୁ ଦେବ । ଏପରି ଭାବରେ ଅନ୍ୟ ମୁଆଁ ପିଠାଟି କରିନେବ ।

Comments

comments