OdiaWeb- Odia Film, Music, Songs, Videos, SMS, Shayari, Tourism, News

ମାଛ ମୁଣ୍ଡ ମହୁର

Machhamunda mahura

Machhamunda mahura

ସାମଗ୍ରୀ:
୫୦୦ ଗ୍ରାମ୍ ମାଛ ମୁଣ୍ଡ
୪ଟା ଆଳୁ
୪ଟା ସାରୁ
୨୫୦ଗ୍ରାମ୍ ମାଟି ଆଳୁ
୨ଟା କଞ୍ଚା କଦଳୀ
୩ ସେ.ମି ଅଦା
୧ଚାମଚ ଜିରା
୧ଚାମଚ ଗୋଲମରିଚ
୨ଟା ତେଜପତ୍ର
!ଟେବୁଲ୍ ଚାମଚ ଫୁଟଣ
ଅଧ କପ୍ ତେଲ
୪ଟା ଲାଲ୍ ଲଙ୍କା ଦରକାର ମୁତାବକ ଲୁଣ ଓ ହଲଦୀ
ପ୍ରସ୍ତୁତି:
ଆଳୁ;ସାରୁ ମାଟିଆଳୁ ଓ କଞ୍ଚା କଦଳୀ ଡୁମୁଡୁମୁ କରି କାଟି ନିଅ |ଜିରା,ଅଦା ଓ ଗୋଲମରିଚ ବାଟି ନିଅ |କଡାଇରେ ତିନି କପ୍ ପାଣି ଗରମ କରି ପରିବା ସବୁ ଲୁଣ ,ହଳଦୀ ଦେଇ ସିଝାଇ ନିଅ |କଡାଇ ସଫା କରି ତେଲ ଦେଇ ମାଛ ମୁଣ୍ଡ ଭାଜି ନିଅ |ମାଛ ମୁଣ୍ଡ ଭଜା କାଢି ନେଇ ପରିବା ସିଝାରେ ପକାଅ |ବଳିଥିବା ତେଲରେ ଲଙ୍କା ,ଫୁଟଣ ଓ ତେଜପତ୍ର ଫୁଟାଅ |ସେଥିରେ ବଟା ମସଲା ଦେଇ ଅଳ୍ପ ଏପଟସେପଟ କରି ପରିବା ସିଝା ଓ ମାଛ ମୁଣ୍ଡ ଭଜା ଦେଇ ପାଞ୍ଚ ମିନିଟ୍ ଫୁଟାଇ ତରକାରି ଓହ୍ଲାଇ ଦିଅ |

Comments

comments