OdiaWeb- Odia Film, Music, Songs, Videos, SMS, Shayari, Tourism, News

ମସ୍‌ରୁମ୍ ବଟର୍ ମସାଲା

Mushroom Butter Masala
Mushroom Butter Masala

ସାମଗ୍ରୀ :
କ୍ୟାପ୍ ମସ୍‌ରୁମ୍ ବା ଛତୁ -୨୫୦ ଗ୍ରାମ୍ (ଟାଣ ସଜ )
ବଟର୍- ୧୦ ଗ୍ରାମ୍
କାଜୁ ବଟା-୧ ଟେବୁଲ୍-ଚାମଚ
ପୋସ୍ତ ବଟା- ୧ ଛୋଟ ଚାମଚ
ନଡିଆ ବଟା- ୧/୨ ଟେବୁଲ୍-ଚାମଚ
କଞ୍ଚାଲଙ୍କା- ୩ ଟି (ମଝିରୁ ଚିରା )
ଲୁଣ ଓ ଲଙ୍କାଗୁଣ୍ଡ -ସ୍ୱାଦାନୁସାରେ
ଟମାଟୋ ପ୍ୟୁରୀ – ୧ ଟେବୁଲ୍-ଚାମଚ
ପିଆଜ,ଅଦା, ରସୁଣ ବଟା- ୧ ଟେବୁଲ୍-ଚାମଚ
ରିଫାଇନ୍ ତେଲ -୨ ଚାମଚ
ଚାରମଗଜ ବଟା -୧/୨ ଟେବୁଲ୍-ଚାମଚ
ଗରମ ମସଲା ଗୁଣ୍ଡ-୧/୪ ଛୋଟ ଚାମଚ
ଧନିଆ ପତ୍ର କଟା -କିଛି
ହଳଦି-୧ ଛୋଟ ଚାମଚ

ପ୍ରଣାଳୀ :
ଭଲ ତାଜା ଏକା ସାଇଜ୍‌ର କ୍ୟାପ୍ ମସ୍‌ରୁମ୍ ନେଇ ଭଲଭାବରେ ଧୋଇ ବାଛି ସଫା କରି ରଖନ୍ତୁ | ନାଡ ନରଖିଲେ ବା ଛୋଟ କରି କ୍ୟାପ୍ ସହ କାଟି ରଖିବେ | ନନ୍‌ଷ୍ଟିକ୍ ପ୍ୟାନ୍‌ରେ ତେଲ ଗରମ କରି ଛତୁ ପକାଇ ମଧ୍ୟମ ଆଞ୍ଚରେ ହାଲ୍‌କା ଭାଜି କାଢି ରଖନ୍ତୁ | ଏଥର ପ୍ୟାନ୍‌ରେ ୧ ଛୋଟ ଚାମଚ ବଟର୍ ପକାଇ ହଳଦି ଓ ଲଙ୍କାଗୁଣ୍ଡ ପକାନ୍ତୁ | ୧ ମିନିଟ୍ ଚଲାଇ ଭାଜି ,ତା ପରେ ଏଥିରେ ପିଆଜ ଅଦା ରସୁଣ ବଟା ପକାଇ ଭଲକରି ଗନ୍ଧ ଯିବାଯାଏଁ କଷନ୍ତୁ | ମସଲା କଷି ହୋଇଗଲେ ଫୋସ୍ତ ,ଚାର୍‌ମଗଜ ଓ ନଡିଆ ବଟା ପକାଇ ଲୁଣ ଦେଇ ୩-୪ ମିନିଟ୍ କଷନ୍ତୁ | ଏଥର ଟମାଟୋରସ ଦେଇ ମସଲା ଫୁଟିଗଲେ ଛତୁଭଜା ପକାଇ ମିଶାଇ କମ୍ ଆଞ୍ଚରେ ୫ ମିନିଟ୍ ଘୋଡାଇ ବସାନ୍ତୁ | ଦରକାର ହେଲେ ଅଳ୍ପ ପାଣି ଗରମ କରି ଦେବେ | ଝୋଳ ବହଳିଆ ହୋଇଆସିଲେ ଫ୍ଲେଟ୍‌କୁ କାଢି ଉପରୁ ଧନିଆ ପତ୍ର ଓ ବଟର ପକାଇ ଗରମାଗରମ ଭାତ ବା ରୁଟି ସହ ମନପସନ୍ଦରେ ଖାଇବାକୁ ଦିଅନ୍ତୁ |

Comments

comments