OdiaWeb- Odia Film, Music, Songs, Videos, SMS, Shayari, Tourism, News

ମସଲା ଭାତ

Masala-bhaat
Masala-bhaat

ସାମଗ୍ରୀ :
ଚାଉଳ-୫୦୦ ଗ୍ରାମ
ପିଆଜ- ୨ଟି ବଡ
କଞ୍ଚାଲଙ୍କା- ୬ଟି
ରସୁଣ-  ୩ କୋଲା
ଆଳୁ-  ୧ଟି ଛୋଟ
ବାଇଗଣ – ୧ ଟି ଛୋଟ
ଫୁଲକୋବି-୧୦୦ ଗ୍ରାମ୍
ତେଲ-୨ ଟେବୁଲ୍-ଚାମଚ
ଅଳେଇଚ ମଞ୍ଜି -୬ଟିର
ଜିରା- ୧ ଚାମଚ
ଡାଲ୍‌ଚିନି- ୨ ଇଞ୍ଚ
ଲବଙ୍ଗ- ୪ ଟି
ତେଲପତ୍ର -୨ ଟି
ଭୁର୍ସୁଙ୍ଗ ପତ୍ର – ୮ ଟି
ହଳଦି- ୧ ଚାମଚ
ଲଙ୍କାଗୁଣ୍ଡ-୧ ଚାମଚ
ଧନିଆକୋରା-୭୫ ଗ୍ରାମ୍
ଗ୍ରୀନ୍ ମଟର-୭୫ ଗ୍ରାମ୍
ଚିନିସିରା-୧ ବଡ ଚାମଚ
ଲୁଣ-ସ୍ୱାଦାନୁସାରେ
ଭଜା କାଜୁ ଦରକୁଟା-୧ ବଡ ଚାମଚ
ଧନିଆ ପତ୍ର -୧ ବଡ ଚାମଚ

ପ୍ରଣାଳୀ:
ଭାତକୁ ୩୦ ମିନିଟ୍ ଭିଜାଇ ଛାଣି ରଖନ୍ତୁ | ପିଆଜକୁ ସରୁ ଲମ୍ବାରେ ,କଞ୍ଚାଲଙ୍କା ଓ ରସୁଣକୁ ଛୋଟ ଛୋଟ କରି କାଟନ୍ତୁ | ଆଳୁ ,ବାଇଗଣ ଓ ଫୁଲକୋବିକୁ  ସମାନ ଆକାରରେ ଛୋଟ ଛୋଟ କାଟି ରଖନ୍ତୁ | ପ୍ୟାନ୍‌ରେ ତେଲ ଗରମ କରି ଭୁର୍ସୁଙ୍ଗ ପତ୍ର୍ ,ଜିରା,ଡାଲ୍‌ଚିନି , ଲବଙ୍ଗ,ଅଳେଇଚ ,ତେଜପତ୍ର ପାକାଇ ଫୁଟାନ୍ତୁ | ଏଥର କଟା ପିଆଜ ପକାଇ ଲାଲ୍ ହେବାଯାଏଁ ଭାଜନ୍ତୁ | ସେଥିରେ କଞ୍ଚ୍ୱାଲଙ୍କା ,ରସୁଣ ,ହଳଦି ,ଲଙ୍କାଗୁଣ୍ଡ,ଧନିଆପତ୍ର , ତିଆରି ମସଲାଗୁଣ୍ଡ ପକାଇ ୩-୪ ମିନିଟ୍ ଭାଜନ୍ତୁ |
ତା’ପରେ ନଡିଆକୋରା ପକାଇ ଆଉ ୨ ମିନିଟ୍ ଭାଜି ମଟର,ଆଳୁ, ବାଇଗଣ ,ଫୁଲକୋବି ଏବଂ ୧୦୦ ମିଲିଗ୍ରାମ୍ ପାଣି ଦିଅନ୍ତୁ | ପାଣି ଫୁଟି ପରିବା ଅଧା ସିଝିଗଲେ ଚାଉଳ,ଚିନିପାଣି ଓ ଦରକାର ମୁତାବକ ଲୁଣ ଦେଇ ମଧ୍ୟମ ଆଞ୍ଚରେ ଘୋଡାଣୀ ଦେଇ ଭାତ ହେବାଯାଏଁ ରାନ୍ଧନ୍ତୁ ପ୍ରାୟ ୧୦-୧୨ ମିନିଟ୍ | ଶେଷରେ ଧନିଆପତ୍ର ,କାଜୁଭଜା ଓ ବଟର ପକାଇ ସର୍ଭିଙ୍ଗ୍ ପ୍ଲେଟ୍‌କୁ କାଢନ୍ତୁ |

Comments

comments