OdiaWeb- Odia Film, Music, Songs, Videos, SMS, Shayari, Tourism, News

ମଞ୍ଜା ଝୋଳ

manja jhola
manja jhola

ସାମଗ୍ରୀ:
ମଞ୍ଜା କଟା-୨ କପ୍
ବାଇଗଣ-୨ଟା
କଖାରୁ-ଛୋଟ ଖଣ୍ଡେ
ଆଳୁ- ୪ ଟା
ଝୁଡୁଙ୍ଗ କିଛି
ବଡି- ୬ଟା
ସୋରିଷ-୧ ଟେବୁଲ ଚାମଚ
ପୋସ୍ତ-୧ ଟେବୁଲ୍ ଚାମଚ
ଜିରା-୧ଚା ଚାମଚ
କଞ୍ଚାଲଙ୍କା-୬ ଟା
ଫୁଟଣ-୧ଚା ଚାମଚ
ଲାଲ୍‌ଲଙ୍କା-୨ଟା
ପରିମାଣ ଲୁଣ, ହଳଦୀ
ତେଲ-୨ ଟେବୁଲ୍ ଚାମଚ

ପ୍ରଣାଳୀ:
ମଞ୍ଜା ସାଙ୍ଗରେ ସିଝିଲା ଭଲି ସାଇଜ୍‌ର ବାଇଗଣ ,କଖାରୁ,ଆଳୁ, ଝୁଡୁଙ୍ଗ କାଟ । ସୋରିଷ ,ପୋସ୍ତ ,ଜିରା,କଞ୍ଚାଲଙ୍କା ବାଟ । କରେଇରେ ୨ କପ୍ ପାଣି ,ଲୁଣ,ହଳଦୀ ଦେଇ ପରିବା ସିଝାଅ । ପରିବା ସିଝିଗଲେ ଓହ୍ଲାଇ ରଖିବ । କରେଇରେ ତେଲ ଗରମ କରି ବଡି ଭାଙ୍ଗି ଦେଇ ଭାଜିବ । ସେଥିରେ ଲଙ୍କା ଓ ଫୁଟଣ ଦେଇ ତରକାରି ଓ ବଟା ମସଲା ଦେଇ ୫ ମିନିଟ୍ ଫୁଟାଇ ନେଇ ତରକାରି ଏଥର ଓହ୍ଲାଇ ଦେବ ।

 

Comments

comments