
ସାମଗ୍ରୀ :
ଭେଣ୍ଡି-୨୫୦ ଗ୍ରାମ୍
ଲୁଟିଆ/କୋଶଳା ଶାଗ-୨ ବିଡା
ଲାଲ୍ଲଙ୍କା
ଫୁଟଣ- ୧ ଚା ଚାମଚ
ପରିମାଣ ଲୁଣ
ତେଲ-୧ ଟେବୁଲ୍-ଚାମଚ
ପ୍ରଣାଳୀ :
ଭେଣ୍ଡି ଛୋଟ କାଟି ରଖ । ଶାଗ ଛୋଟ ଛୋଟ କାଟି ନିଅ । କରେଇରେ ଶାଗକଟା ଓ ଲୁଣ ପକାଇ ଏପଟ ସେପଟ କର । ପାଣି ଶୁଖିଗଲେ କାଢି ରଖ । କରେଇରେ ତେଲ ପକାଇ ଲଙ୍କା ଓ ଫୁଟଣ ଫୁଟାଅ । ସେଥିରେ ଭେଣ୍ଡି ପକାଅ । ଲୁଣ ଦେଇ ଢାଙ୍କି ଦିଅ । ଢାଙ୍କୁଣୀ ଖୋଲି ଏପଟ ସେପଟ କରି ଲାଲ୍ ଲାଲ୍ ଭାଜି । ଭେଣ୍ଡି ଭଲଭାବରେ ଭାଜି ହେଲେ ସେଥିରେ ଶାଗ ପକାଇ ମିଶାମିଶି କରି ଓହ୍ଲାଇ ନିଅ ।
Comments
comments