OdiaWeb- Odia Film, Music, Songs, Videos, SMS, Shayari, Tourism, News

ଭେଜିଟେବୁଲ ରୋଲ୍‌

Vegetable roll

Vegetable roll

ସାମଗ୍ରୀ:
(୪ କପ୍‌ ମଇଦା, ମୁଠାଏ ମଟର ମଞ୍ଜି, ୬ ପାଖୁଡା ଫୁଲ କୋବି,
୧୦ଟା ବିନ୍‌, ୨ଟା ଗାଜର, ୨ଟା ଛୋଟ ଆଳୁ, କିଛି ଧନିଆପତ୍ର, ଅଧ ଚାମଚ
ଲଙ୍କାଗୁଣ୍ଡ,। ୨ଟା ଟମାଟୋ, ଗୋଟିଏ ପିଆଜ, ୧ କପ୍‌ ରିପାଇନ୍‌ ତେଲ,
ଦରକାର ମୁତାବକ ଲୁଣ । ।

ପ୍ରସ୍ଥୁତି : ପୁଲକୋବି, ବିନ୍, ଗାଜର, ଆଳୁ, ଚୁନା ଚୁନା କରି କାଟ । କଡ଼ାଇରେ
୧ ଟେବୁଲ ଚାମଚ ତେଲ ଦେି କଟା ପରିବାକୁ ଲୁଣ ଦେଇ ଅଳ୍ପ ନିଆଁରେ ଢ଼ାଙ୍କୁଣୀ
ଦେଇ ରଖ । ପରିବା ସିଝିଗଲେ ଲଙ୍କା ଗୁଣ୍ଡ ଓ ଧନିଆପତ୍ର ଦେଇ ଗୋଳାଇ ରଖ ।
ଟମାଟୋ ଓ ପିଆଜ ଛୋଟ ଛୋଟ କଞ୍ଚା ପରିବା ଭଜାରେ ମିଶାଇ ରଖ । ମଇଦାରେ
ମଖନ ଦେଇ ଲୁଚିଅଟା ପରିଦଳ। ପରଟା ଗୁଳା ପରି ଗୋଟିଏ ଗୁଳା ନେଇ ବେଲ ।ତା
ଉପରେ ତେଲ ମାରି ନେଇ ପାଖରୁ ଟିକେ କାଟି ପାନଖିଲ ପରି ଗୁଡ଼ାଇ ନିଅ । ଏମିତି
ଭାବରେ ଦୁଇଥର ଗୋଲ କରି ବେଲିନିଅ । ତାୱାରେ ଏଇ ଗୋଲ ପରଟାକୁ ରିଫାଇନ୍
ତେଲ ଦେଇ ଭାଜି ନିଅ । କମ୍‌ ନିଆଁରେ ବାଦାମୀ ରଙ୍ଗର ଭାଜିବେ । ପରଟା ଓହ୍ଲାଇ
ନେଇ ସେଥିରେ କିଛି ପରିବା ପୁର ଦେଇ ଗୁଡ଼େଇ ନେଇ ପ୍ଲେଟରେ ରଖିବେ ।

Comments

comments