OdiaWeb- Odia Film, Music, Songs, Videos, SMS, Shayari, Tourism, News

ମଟର ପନୀର୍

matara panir
matara panir

ସାମଗ୍ରୀ :
ପନୀର-୬୦୦ ଗ୍ରାମ୍
ମଟର (ମଞ୍ଜି)-୨୦୦ ଗ୍ରାମ୍
ପିଆଜ-୨ଟି
ବିଲାତି-୪ଟି (ପ୍ୟୁର)
ଘିଅ ବା ତେଲ- ୧୦୦ ଗ୍ରାମ୍
ବଡ ଅଳେଇଚ-୧ ଟି
ଛୋଟ ଅଳେଇଚ-୫ଟି
ଲବଙ୍ଗ-୫ଟି
ଡାଲ୍‌ଚିନି-୧ ଇଞ୍ଚ
ତେଜପତ୍ର-୧ଟି
ଜାଇତ୍ରୀ ଗୁଣ୍ଡ -୧/୪ ଚାମଚ
କଟା ଅଦା-୧ ଚାମଚ
ଲଙ୍କାଗୁଣ୍ଡ -୧ ଚାମଚ
କଞ୍ଚାଲଙ୍କା -୨ଟି (କଟା)
ହଳଦି-୧/୨ ଚାମଚ
ଅଦାବଟା-୧ ଟେ. ଚାମଚ
ରସୁଣ ବଟା-୧ ଟେ.ଚାମଚ
ଗରମ ମସଲା- ୨ ଚାମଚ
ଲୁଣ-ସ୍ୱାଦାନୁସାରେ
ଧନିଆ ପତ୍ର- ୧ ଚାମଚ

ପ୍ରଣାଳୀ:
ପନୀର୍‌କୁ ୧ କଞ୍ଚ ଖଣ୍ଡରେ କାଟି ରଖନ୍ତୁ | ଫ୍ରେସ୍ ଗ୍ରୀନ୍ ମଟର ଛଡାଇ ରଖନ୍ତୁ | ବିଲାତି ଓ ପିଆଜକୁ ଛୋଟ ଛୋଟ କାଟି ରଖନ୍ତି | କରେଇରେ ଘିଅ ଗରମ କରନ୍ତୁ | ସେଥିରେ ଗୋଟା ଗରମ ମସଲା ପକାଇ ଫୁଟାନ୍ତୁ | ଏଥର କଟା ପିଆଜ,ଅଦା,ଲଙ୍କା ପକାଇ ପିଆଜ ଲାଲ୍ ହେବାଯାଏଁ ଭାଜନ୍ତୁ | ପରେ ହଳଦି ଓ ଲଙ୍କାଗୁଣ୍ଡ ପକାଇ ୧ ମିନିଟ୍ ଭାଜି ,ଅଦା-ରସୁଣ ପକାଇ ଅଳ୍ପ ପାଣି ଦେଇ ଗୋଳାଇ ୩-୪ ମିନିଟ୍ ଫୁଟାନ୍ତୁ | ତାପରେ ଟମାଟୋ ପ୍ୟୁରୀ ଓ ଲୁଣ ପକାଇ ତେଲ ଛାଡିବାଯାଏଁ କଷନ୍ତୁ | ହୋଗଲେ ଆଉ ୪୦୦ ମିଲି ପାଣି ଦେଇ ଫୁଟାନ୍ତୁ ଓ ମଟର ଏବଂ ପନୀର୍ ପକାନ୍ତୁ | ଝୋଳ ବହଳିଆ ହୋଇଗଲେ ଡାଲ୍‌ଚିନି ଖଣ୍ଡ କାଢିଦିଅନ୍ତୁ | ଗରମ ମସଲା ଗୁଣ୍ଡ ପକାଇ ଗୋଳାଇ ସର୍ଭିଙ୍ଗ୍ ଡିସ୍‌କୁ କାଢି ଖାଇବାକୁ ଦିଅନ୍ତୁ |

Comments

comments