
ସାମଗ୍ରୀ:
ଗୋଲ୍ ପାଉଁରୁଟି – ୨ ଟି
ବଟର୍-୨ ଛୋଟ ଚାମଚ
ଅମୁଲ୍ ଚିଜ୍ କୋରା -୧ ଟେବୁଲ୍-ଚାମଚ
ଗୋଲ୍କଟା ପିଆଜ-୮ ସ୍ଲାଇସ୍
ଗୋଲ୍କଟା କାକୁଡି -୬ ସ୍ଲାଇସ୍
ଗୋଲ୍କଟା ଟମାଟୋ-୪ ସ୍ଲାଇସ୍
ଲେଟ୍ୟୁସ୍ ( ସାଲାଡ୍ ପତ୍ର) -୨-୩ ଟି
ଟମାଟୋ ସସ୍ – ସ୍ୱାଦାନୁସାରେ
ଚିଲି ସସ୍- ସ୍ୱାଦାନୁସାରେ
ପ୍ରଣାଳୀ:
ଗୋଲ୍ ପାଉଁରୁଟିକୁ ଗୋଲାକାରରେ ମଝିରୁ ଦୁଇଫାଳ କରନ୍ତୁ | ମଝିକଟାରେ ,ଉପରେ ,ତଳେ ଭଲକରି ବଟର୍ ଲଗାନ୍ତୁ | ଦୁଇପଟ ହାଲ୍କା ସେକିଦିଅନ୍ତୁ | ମଝିରେ ସ୍ଲାଇସ୍ ପରିବା ଓ ସାଲାଡ୍ ପତ୍ର ରଖି ସସ୍ ପକାନ୍ତୁ | ଚିଜ୍ର ସ୍ଲାଇସ୍ ଦେଇପାରିବେ ଅଥବା ଚିକ୍ କୋରା ପକାଇ ଉପର ଅଂଶ ଲଗାଇ ଟୁଥ୍ପିକ୍ ଲଗାଇ ସେଟ୍ କରିଦିଅନ୍ତୁ | ତାୱାରେ ଟିକେ ସେକି ବା ମାଇକ୍ରୋୱେବ୍ରେ ୩ ମିନିଟ୍ ମାଇକ୍ରୋ କରି କାଢି ଖାଆନ୍ତୁ |
Comments
comments