OdiaWeb- Odia Film, Music, Songs, Videos, SMS, Shayari, Tourism, News

ଫେଣି

Pheni

Pheni

ସାମଗ୍ରୀ:
୪ କପ୍‌ ମଇଦା,
ଅଧକପ୍‌ ଚାଉଳ ଚୂନା କିମ୍ବା କଇଦା,
୨ ଟେବୁଲ ଚାମଚ ଭଲ ଘିଅ,
୨ କପ୍‌ ଚିନି,
ଛାଣିବା ପାଇଁ ରିଫାଇନ ତେଲ କିମା ଘିଅ ।

ପ୍ରସ୍ତୁତି: ମଇଦାରେ ଦୁଇ ଟେବୁଲ ଚାମଚ ତେଲ କିମ୍ବା ଘିଅ ଦେଇ ଭଲ ଭାବରେ ମିଶାଇବେ । ଏଥିରେ ଅଳ୍ପ ପାଣିଦେଇ ଟାଇଟ କରି ଦଳି ନେବେ । ୧୮ଟା ଗୁଳା କରିବେ । ପ୍ରଥମେ ୩ଟି ପୁରି ବେଲିବେ । ଚାଉଳ ଚୁନା ଓ ଘିଅ ମିଶାଇ ନେଇ ପେଷ୍ଟ କରି ରଖିବେ । ଗୋଟିଏ ପୁରି ରଖି ତା’ ଉପରେ ଟିକେ ପେଷ୍ଟ ଲଗାରବେ ତା” ଉପରେ ଆଉ ଗୋଟିଏ “ପୂରି ରଖିବେ ଓ ତା’ ଉପରେ ପେଷ୍ଟ ଲଗାଇବେ | ଏବେ ୩ୟ ପୂରି ପେଷ୍ଟ ଲଗାଇବେ । ଏହାକୁ ଗୋଟିଏ ସାଇଡ଼ରୁ ଧରି ରୋଲକରି ନେବେ । ଏହ ରୋଲଟିକୁ ୫ଖଣ୍ଡ କାଟି ନେବେ । ଏପରି ଭାବରେ ସବୁ ମଇଦାରେ ରୋଲ କରି ଖଣ୍ଡ କରିବେ । ମୋଟ ୨୪ ଖଣ୍ଡ ହେବ । ଏହି ଖଣ୍ଡ ଗୁଡ଼ିକ କଟା ଅଂଶ ସାଇଡକୁ ଥାଇ ଏହାକୁ ଲମ୍ବା ଭାବରେ ବେଲି ନିଅନ୍ତ । କଡାଇରେ ତେଲ ଗରମ କରି ଏହି ଫଣି ବା ଗଳା ଗୁଡ଼ିକୁ ଛାଣି ନିଅନ୍ତ । କମ୍‌ ନିଆଁରେ ଚିନି ୨ କପ୍‌ରେ ୧ କପ୍‌ ପାଣି ୨୭ ମୋଟା ଶିରା କରନ୍ତ । ଫେଣି ଗୁଡ଼ିକ ଚିନି ଶିରାରେ ବୁଡ଼ାର ଦେଇ ଥାଳିରେ ରଖନ୍ତୁ ।ଶିରାଶୁଖିବା ପର୍ଯ୍ୟନ୍ତ ଦୁଇ ତିନିଥର ଏପଟ ସେପଟ କରିବେ ।

Comments

comments