
ସାମଗ୍ରୀ:
ଅଟା-୨ କପ୍
ଫୁଲକୋବି କୋରା-୧ କପ୍
କଞ୍ଚାଲଙ୍କା -୨ ଟା
ଧନିଆପତ୍ର କିଛି
ପରିମାଣ ଅନୁସାରେ ଲୁଣ
ରିଫାଇନ୍ ତେଲ ଦୁଇ ଟେବୁଲ ଚାମଚ
ପ୍ରଣାଳୀ:
ଅଟାକୁ ଲୁଣ ଓ ପାଣି ଦେଇ ଚକଟି ରଖ । ଫୁଲକୋବିକୁ ଗୋଟା ଧୋଇ ନେଇ ଲାଉ କୋରାରେ ଧରି ଧରି କୋରି ନିଅ । ଫୁଲକୋବି କୋରାରେ କଞ୍ଚାଲଙ୍କା, ଧନିଆପତ୍ର ଚୂନାଚୂନା କାଟି ପକାଅ । ଅଳ୍ପ ଲୁଣ ମିଶାଇ ପାଞ୍ଚଭାଗ କରି ରଖ । ଅଟା ଗୁଳାକୁ ବି ପାଞ୍ଚ ଭାଗ କର ।
ଅଟା ଗୁଲା ଭିତରେ ଫୁଲକୋବି କୋରା ପୂରାଇ ବନ୍ଦ୍ କରି ଆସ୍ତେ ଆସ୍ତେ ବେଲି ନେଇ ପରଟା ଭାଜିବ । ଏହା ଟିକେ ଭାଙ୍ଗି ଯାଇପାରେ । ପରଟା ଦୁଇପାଖ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ତେଲ ଦେଇ ଭାଜିବ ।
Comments
comments