OdiaWeb- Odia Film, Music, Songs, Videos, SMS, Shayari, Tourism, News

ପୋଟଳ ସନ୍ତୁଳା

Potala santula
Potala santula

ସାମଗ୍ରୀ:
ପୋଟଳ-୨୫୦ ଗ୍ରାମ୍
ଆଳୁ-୪ଟା
ଲାଲ୍‌ଲଙ୍କା-୪ଟା
ଫୁଟଣ-୧ ଚା ଚାମଚ
ପରିମାଣ ଲୁଣ,ହଳଦୀ
ଜିରା-୧ ଟେବୁଲ୍‌-ଚାମଚ
ତେଜପତ୍ର-୨ଟା
ତେଲ-୨ଟେବୁଲ୍ ଚାମଚ
ପ୍ରଣାଳୀ:
ପୋଟଳ ହୋରିନେଇ ଛୋଟ ଛୋଟ କାଟ । ଆଳୂ ଚୋପା ଛଡାଇ ଛୋଟ ଛୋଟ କାଟ । ଜିରା ଓ ଦୁଇଟା ଲାଲ୍‌ଲଙ୍କା ଭାଜିନେଇ ଗୁଣ୍ଡ କରି ରଖ । କରେଇରେ ତେଲ ଗରମ କରି ତେଜପତ୍ର , ଲାଲ୍‌ଲଙ୍କା ଦୁଇଟା ଓ ଫୁଟଣ ପକାଅ । ଫୁଟଣ ଫୁଟିଲେ ଆଳୁ ପୋଟଳ କଟା ସେଥିରେ ଦିଅ । ଲୁଣ,ହଳଦୀ ଦେଇ କମ୍ ନିଆଁରେ ଟିକେ ଭଜା ଭଜା କର । ଅଳ୍ପ ପାଣି ଦେଇ ଢାଙ୍କୁଣୀ ଦେଇଦିଅ । ଆଳୁ ,ପୋଟଳ ସିଝିଗଲେ ଅଳ୍ପ ଝୋଳ ଥିବ ଓହ୍ଲାଇ ଜିରାଲଙ୍କା ଗୁଣ୍ଡ ଦେଇ ମିଶାମିଶି କରି ଦେବ ।

Comments

comments