
ସାମଗ୍ରୀ:
ପାଳଙ୍ଗ ଶାଗ- ୧୦୦ ଗ୍ରାମ୍
ଅଣ୍ଡା-୨ଟି
କର୍ଣ୍ଣଫ୍ଲୋର୍-୧ ଟ୍. ଚାମଚ
ଲୁଣ -ସ୍ୱାଦାନୁସାରେ
କଟା କଞ୍ଚାଲଙ୍କା-୪ ଟି
ରିଫାଇନ୍-ଭାଜିବା ପାଇଁ
ଟମାଟୋ ସସ୍
ଚିଲି ସସ୍
ସରୁ ଲନ୍ବାକଟା ପିଆଜରେ ଲେମ୍ବୁରସ ଓ ଲୁଣ ,ଗୋଲମରିଚ ଗୁଣ୍ଡ ମିଶାଇ ରଖନ୍ତୁ |
ପ୍ରଣାଳୀ:
ପାଳଙ୍ଗ ଶାଗକୁ ଧୋଇ ଚୂନା ଚୂନା କରି କାଟି ରଖନ୍ତୁ | ଏଥିର୍ ଅଣ୍ଡା, କର୍ଣ୍ଣଫ୍ଲୋର୍, ଲୁଣ ଓ ଲଙ୍କା ପକାଇ ଭଲକରି ହାତରେ ମିଶାନ୍ତୁ |ଦରକାର ହେଲେ ଆଉ କର୍ଣ୍ଣଫ୍ଲୋର୍ ମିଶାଇପାରନ୍ତି | ହାତରେ ଛୋଟ ଛୋଟ ଟିକିଆ ଗଢି ନନ୍ଷ୍ଟିକ୍ ପ୍ୟାନ୍ରେ ଟିକେ ଟିକେ ତେଲ ଦେଇ ଦୁଇପଟ ଲାଲ୍ କରି ଭାଜନ୍ତୁ | ହୋଇଗଲେ ପିଆଜ ମିଶ୍ରଣ ଓ ସସ୍ ସହ ଖାଇବାକୁ ଦିଅନନ୍ତୁ |
Comments
comments