
ସାମଗ୍ରୀ :
ପାଳଙ୍ଗ ଶାଗ – ୩ ବିଡା
ଟମାଟୋ ପ୍ୟୁଅରୀ – ୧ କପ୍
ପିଆଜ ବଟା – ୧ ଚା’ଚାମଚ
ରସୁଣ ବଟା- ୧/୨ ଚା’-ଚାମଚ
ଅଦା ବଟା-୧/୨ ଚା’-ଚାମଚ
ରିଫାଇନ୍ ତେଲ- ପରିମାଣ ମୁତାବକ
ବଟର୍ – ୧/୨ ଚାମଚ
ପନୀର୍ (ଛୋଟ ଖଣ୍ଡ କଟା) – ୨ କପ୍
ତେଲ-୧/୨କପ୍
ଜିରାଗୁଣ୍ଡ- ୧/୨ ଚାମଚ
ଧନିଆ ଗୁଣ୍ଡ- ୧ ଚାମଚ
କଞ୍ଚାଲଙ୍କା ବଟା- ୧ ଚାମଚ
ଲୁଣ- ସ୍ଵାଦାନୁସାରେ
ପ୍ରଣାଳୀ :
ଶାଗକୁ ଭଲଳରି ବାଛି, ଧୋଇ, ସିଝାଇ ଥଣ୍ଡା କରି ଗ୍ରାଇଣ୍ଡି କରି ରଖନ୍ତୁ । କରେଇରେ ତେଲ ଗରମ କରି ବଟା ମସଲା ପକାଇ କଷନ୍ତୁ ୫-୬ ମିନିଟ୍ । ତା’ପରେ ଟମାଟୋ ପ୍ୟୁରୀ ଓ ହଳଦି ପକାଇ ଭଲକରି ମିଶାନ୍ତୁ । ଟମାଟୋ ମିଶିଗଲେ ପନୀର୍ ବଟା ପକାଇ ମଧ୍ଯମ ଆଞ୍ଚରେ ଜିରାଗୁଣ୍ଡ, ଧନିଆଁ ଗୁଣ୍ଡ, ଲୁଣ ପକାଇ ଫୁଟାନ୍ତୁ । ଫୁଟିଗଲେ ପନୀର୍ ପକାଇ ୩- ୪ ମିନିଟ୍ ଆଞ୍ଚରେ ବସାନ୍ତୁ । ହୋଇଗଲେ ପ୍ଲେଟ୍କୁ କାଢ଼ି ଉପରେ ବଟର୍ ପକାଇ ସର୍ଭ କରନ୍ତୁ ।
Comments
comments