
ସାମଗ୍ରୀ :
ମଇଦା ତିନି କପ୍ କଳାଜିରା ଚା ଚାମଚ
ରିଫାଇନ୍ ତେଲ
ଲୁଣ-ସ୍ୱାଦାନୁଯାୟୀ
କଳାଜିରା-୧/୨ ଚା ଚାମଚ
ଜୁଆଣୀ -୧/ ୨ ଚା ଚାମଚ
ପ୍ରାଣାଳୀ :
ମଇଦାରେ ଲୁଣ, କଳାଜିରା କିମା ଜୁଆଣୀ ଓ ତିନି ଟେବୁଲ ଚାମଚ ରିଫାଇନ୍ ତେଲ କିମ୍ବା ଘିଅ ଦେଇ ଟାଇଟ୍ କରି ଦଳିଦିଅ ।ଏହା ତିନିକୋଣିଆ ନିମ୍କି ଗଢ଼ିପାରିବ । ସେଥପାଇଁ ଦଳାଟିକୁ କୋଡ଼ିଏ ଭାଗ କରିବ ।ଗୋଟିଏ ଭାଗକୁ ପତଳ ବଡ଼ ଲୁଚିଟିଏ ବେଲିବ । ଏହାକୁ ତିନିକୋଣିଆ ପରଟା ପରି ଭାଙ୍ଗିବ । କୋଣ ଆଡ଼ରୁ ଟିକେ ଚାପି ବେଲି ଦେବ । ଏହା ଦୁର ତିନି ଜାଗା ଟିକେ ଟିକେ ଛୁରୀରେ କାଟିଦେବ, ଯାହାଦ୍ବାରା ଏହା ବେଶୀ ଫୁଲିବନି | କରେଇରେ ତେଲ ଗରମ କରି କମ୍ ଆଞ୍ଚରେ ଚାରିଟା କରି ନିମ୍କି ଭାଜିବ ଓଲଟ ପାଲଟ କରି ।କଟା ନିମ୍କି କରିବାକୁ ଚାହିଁଲେ ମଇଦା ଦଳାକୁ ଛ ଭାଗ କରି ଦିଅ । ଗୋଟିଏ ଗୋଟିଏ ଭାଗକୁ ପୂରା ବଡ଼ ଲୁଚି ବେଲି ଦିଅ । ଏହାକୁ ଛୋଟ ଛୋଟ ଠିକିରି ପରି କାଟିନିଅ କିମ୍ବା ଛୋଟ ଛୋଟ ଚାରିକ ଣିଆ ଖଣ୍ଡ କାଟି ନିଅ । ତିନିଟା ଲୁଚି କାଟିଲା ପରେ କରେଇରେ ତେଲ ଗରମ କର । ସେଥରେ ଠିକିରି କଟାଗୁଡ଼ିକ ପକାଇ କମ୍ ନିଆଁରେ ନିମ୍କି ଭାଜି ନିଅ ଏପଟ ସେପଟ କରି । ଏପରିଭାବରେ ସବୁଗୁଡ଼ିକ ଲୁଚିକୁ କାଟି ଭାଜିନିଅ ।ଏଲୋଝେଲୋ କରିବାକୁ ଇଚ୍ଛା କଲେ ମଇଦା ଦଳାକୂ କୋଡ଼ିଏ ଭାଗ କରି ନିଅ । ଗୋଟିଏ ଭାଗରେ ଲୁଚି ବେଲିବ । ଲୁଚି ମଝିକୁ ଚାରିଥର କାଟି ଦେବ । ଦେଖ୍ବ ସାଇଡ୍ ଯେପରି କଟିବନି | ଏହି କଟା ଲୁଚିକୁ ହାଲ୍କା ଭାବରେ ଗୁଡ଼ାଇ ନିଅ । ସାଇଡ୍କୁ ହାତରେ ଚାପି ନିଅ । ଏହା ଲମ୍ବା ଦେଖାଯିବ । ଏପରିଭାବରେ ପାଞ୍ଚଟା ଗଢ଼ି ସାରିଲେ କରେଇରେ
Comments
comments