
ସାମଗ୍ରୀ :
ମଇଦା – ୧ କପ୍
ଚିନିଗୁଣ୍ଡ- ୨/୩ କପ୍
ଅଣ୍ଡା – ୨ଟି
ବେକିଂ ପାଉଡ଼ର- ୧ ଚାମଚ
ବଟର- ୧ କପ୍
ଲୁଣ-୧/୩ ` ଚାମଚ
ଦହି – ୧/୨ କପ୍
କ୍ଷୀର – ଦରକାର ହେଲେ
ପ୍ରଣାଳୀ :
ମଇଦା, ଲୁଣ, ବେକିଂ ପାଉଡ଼ରକୁ ଚଳାଇ ରଖନ୍ତୁ । ବଟରରେ ଚିନି ମିଶାଇ ଫେଣ୍ଟି, ଅଣ୍ଡା ପକାଇ ଖୁବ୍ ଫେଣ୍ଟନ୍ତୁ । ଦହିରେ ମିଶାଇ ମଇଦା ଓ ଅଣ୍ଡା ଫେଣ୍ଡା ସବୁକୁ ଏକାଠି ଦଳି ଅଟା ଚକଟା ପରି କରି ରଖନ୍ତୁ । ୧/୨ ଘଣ୍ଟା ପରେ ନାନ୍ଖଟାଇ ଛାଞ୍ଚରେ ତେଲ ଦେଇ ଏଗୁଡ଼ିକୁ ଚାପି ଓଭାନରେ ୩୦ ରୁ ୪୦ ମିନିଟ୍ ବେକ୍ କରନ୍ତୁ। କାଢ଼ି ଓଲଟାଇ ନାନ୍ଖଟାଇକୁ ଛାଞ୍ଚରୁ କାଢ଼ନ୍ତୁ । ଥଣ୍ଡା କରି ଉପରେ ଜେଲି ଲଗାଇ ସର୍ଭ କରନ୍ତୁ । ଏହା ବେଶ୍ କିଛି ଦିନ ରହିଯିବ ।
Comments
comments