OdiaWeb- Odia Film, Music, Songs, Videos, SMS, Shayari, Tourism, News

ଦାଲ୍ ହରିୟାଲି

Dal Hariyali
Dal Hariyali

ସାମଗ୍ରୀ :
ବୁଟଡାଲି- ୩୦୦ ଗ୍ରାମ୍‌
ହଳଦି -୧/୨ ଚାମଚ
ଲଙ୍କାଗୁଣ୍ଡ -୧ ଚାମଚ
ଲୁଣ- ୧/୨ ଚାମଚ
ପାଳଙ୍ଗ – ୧୫୦ ଗ୍ରାମ୍‌
ପିଆଜ- ୪ଟି
ଅଦା- ୧ ଇଞ୍ଚ
ରସୁଣ- ୬ କୋଲା
ଲଙ୍କା- ୨ଟି
ଘିଅ-୩ ଚାମଚ
ଗରମ ମସଲା- ୨ ଚାମଚ
ବଟର – ୧୦୦ ଗ୍ରାମ୍
ଧନିଆ ପତ୍ର – ୨ ଟେବୁଲ୍‌-ଚାମଚ

ପ୍ରଣାଳୀ :
ଡାଲିକୁ ଧୋଇ ଗୋଟିଏ କଭର୍‌ ପ୍ଯାନ୍‌ରେ ଆବଶ୍ଯକ ପାଣି, ହଳଦି, ଲଙ୍କାଗୁଣ୍ଡ ଓ ଲୁଣ ପକାଇ ମଧ୍ୟମ ଆଞ୍ଚରେ ସିଝିବାଯାଏଁ ରାନ୍ଧନ୍ତୁ । ପାଣି କାଢ଼ି ଡାଲିକୁ ଅଲଗେଇ ରଖନ୍ତୁ । ପାଳଙ୍ଗକୁ ଧୋଇ କାଟି ଅଳ ସିଝାଇ ରଖନ୍ତୁ ବାମ୍ଫରେ | ପିଆଜ , ଅଦା, ରସୁଣ ଓ ଲଙ୍କାକୁ ଛୋଟ ଛୋଟ କରି କାଟି ରଖନ୍ତୁ । କରେଇରେ ଘିଅ ଗରମ କରି ଏସଦୁକୁ ପକାଇ ପିଆଜ ଲାଲ୍‌ ହେବାଯାଏଁ ଭାଜନ୍ତୁ । ଏଥର ଡାଲି ଓ ପାଣି ପକାନ୍ତୁ । ଭଲକରି ଗୋଳାଇ ଫୁଟିବାକୁ ଛାଡ଼ନ୍ତୁ । ତା ପରେ ପାଳଙ୍ଗ, ଗରମ ମସଲା, ବଟର୍‌ ପକାଇ ୫ ମିନିଟ୍‌ କମ୍‌ ଆଞ୍ଚରେ ରାନ୍ଧନ୍ତୁ । ଶେଷରେ ଧନିଆପତ୍ର ପକାଇ ସର୍ଭିଙ୍ଗ ଡିସ୍‌କୁ କାଢ଼ନ୍ତୁ ।

Comments

comments