OdiaWeb- Odia Film, Music, Songs, Videos, SMS, Shayari, Tourism, News

ଦାଲ୍ ମଖନୀ

dal makhani
dal makhani

ସାମଗ୍ରୀ :
ଗୋଟାମୁଗ ଡାଲି (ଚୋପା ସହ)-୧୦୦ ଗ୍ରାମ୍
ମଖାନା (ପଦ୍ମ କଢ)-୧ କପ୍
ଲୁଣ-ସ୍ୱାଦାନୁସାରେ
ବଟର୍-୨ ଚାମଚ
ଅଦା-ରସୁଣ ବଟା- ୧ ଆମଚ
ତେଜପତ୍ର-୨ଟି
ଲଙ୍କାଗୁଣ୍ଡ-୧ ଚାମଚ
ହଳଦି ଗୁଣ୍ଡ-୧/୨ ଚାମଚ
ଛୋଟକଟା ପିଆଜ-୨ ଟେବୁଲ୍-ଚାମଚ
କଟା ଲଙ୍କା- ୨ଟି (ମଝିରୁ ଚିରା)
କଟା ଧନିଆ ପତ୍ର
ଗରମ ମସଲା ଗୁଣ୍ଡ-୧/୨ ଚାମଚ
ଟମାଟୋ ପ୍ୟୁରୀ- ୧ ଟେବୁଲ୍-ଚାମଚ
କାଜୁ- ୭-୮ ଟି
କିସ୍‌ମିସ୍-୧୦ଟି

ପ୍ରଣାଳୀ:
ଗୋଟା ମୁଗକୁ ୪-୫ ଘଣ୍ଟା ବତୁରାଇଦିଅନ୍ତୁ | କୁକର୍‌ରେ ଏହି ମୁଗ, ପାଣି ୨ କପ୍ ,ତେଜପତ୍ର ,ଲୁଣ ,ହଳଦି ,ଲଙ୍କାଗୁଣ୍ଡ ଓ ମଖାନା ପକାଇ ୨ଟି ହ୍ୱିସିଲ୍ (କମ୍ ଆଞ୍ଚରେ) ଦେଇ ସିଝାନ୍ତୁ |ପ୍ୟାନ୍‌ରେ ୧ ଚାମଚ ବଟର୍ ପକାଇ ପିଆଜ ପକାଇ ଭାଜନ୍ତୁ |
ଅଳ୍ପ ନରମ ହୋଇଗଲେ ଅଦା-ରସୁଣ ବଟା ପକାଇ ପିଆଜ ପକାଇ ଆଉ ୩-୪ ମିନିଟ୍ ଭାଜନ୍ତୁ | ଏଥର ଡାଲିକୁ ପକାନ୍ତୁ ଓ ଟମାଟୋ ପ୍ୟୁରୀ, ଗରମ ମସଲା ଦିଅନ୍ତୁ | ଭଲକରି ଗୋଳାଇ ଫୁଟିବାକୁ ଛାଡନ୍ତୁ | ଦରକାର ହେଲେ ଅଳ୍ପ ପାଣି ଦିଅନ୍ତୁ |
୫ ମିନିଟ୍ ପରେ ଭଜା କାଜୁ ,କିସ୍‌ମିସ୍ ପକାଇ ଗୋଳାଇ ସର୍ଭିଙ୍ଗ୍ ବାଉଲ୍‌ରେ କାଢନ୍ତୁ | ଉପରୁ ବଟର୍ ଓ ଧନିଆପତ୍ରରେ ସଜାନ୍ତୁ |

Comments

comments