OdiaWeb- Odia Film, Music, Songs, Videos, SMS, Shayari, Tourism, News

ଦହି -ଆଳୁ

Dahi Aalu
Dahi Aalu

ସାମଗ୍ରୀ:
ଆଳୁ-୫୦ଗ୍ରାମ୍
ଦହି- ୧୫୦ ଗ୍ରାମ୍
ପିଆଜ-୧ ଟି
ଲଙ୍କା- ୬ଟି
ଅଦା- ୧ ଇଞ୍ଚ
ଶୁଖିଲା ଲଙ୍କା- ୨ ଟି
ଗୋଲମରିଚ-୧ ଚାମଚ
ଘିଅ- ୩ ଚାମଚ
ଜିରା -୧ ଚାମଚ
ଭୁର୍ସୁଙ୍ଗପତ୍ର-୬ ଟି
ରସୁଣ ବଟା- ୧ ଚାମଚ
ହଳଦି-୧/୨ ଚାମଚ
ଲୁଣ ଓ ଢନିଆ ପତ୍ର

ପ୍ରଣାଳୀ:
ଆଳୁରୁ ଚୋପା ଛଡାଇ ଲୁଣ ପାଣିରେ ସିଝାଇ ୪ ପିସ୍‌ରେ କାଟି ରଖନ୍ତୁ | ଦହି ଫେଣ୍ଟି ରଖନ୍ତୁ | ଅଦା,ଲଙ୍କା ଓ ପିଆଜକୁ କାଟି ରଖନ୍ତୁ |ଶୁଖିଲା ଲଙ୍କା ଓ ଗୋଲମରିଚକୁ ଗୁଣ୍ଡ କରନ୍ତୁ | କରେଇରେ ଘିଅ ଗରମ କରନ୍ତୁ ଓ ଜିରା, ଭୁର୍ସୁଙ୍ଗ ପତ୍ର ପକାଇ ଫୁଟାନ୍ତୁ | ପରେ ପିଆଜ, ଅଦା ଓ କଟା ଟଙ୍କା ପକାଇ ପିଆଜ ଗରମ ହେବାଯାଏଁ ଭାଜନ୍ତୁ | ଏଥର ରସୁଣ ବଟା ଓ ହଳଦି ପକାଇ ୫-୬ ମିନିଟ୍ ଭାଜନ୍ତୁ | ଆଳୁ ଓ ଦହି ପକାଇ ଫୁଟାଇବାକୁ ଛାଡିନ୍ତୁ | ଗ୍ୟାସ୍ କମାଇ ଆଉ ୨ ମିନିଟ୍ ରାନ୍ଧନ୍ତୁ | ଶେଷରେ ଲଙ୍କା ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ସର୍ଭ କରନ୍ତୁ ଧନିଆପତ୍ରରେ ସଜାଇ |

Comments

comments