OdiaWeb- Odia Film, Music, Songs, Videos, SMS, Shayari, Tourism, News

ଦହିବରା

dahibara
dahibara

ସାମଗ୍ରୀ :
ବିରି-୧କପ୍
ଦହି-୨ କପ୍
ଅଦା-ଅଧଇଞ୍ଚ
କଞ୍ଚାଲଙ୍କା-୬ଟା
ଭଜା ଜିରା ଗୁଣ୍ତ-ଏକ ଟେବୁଲ ଚାମଚ
ରିଫାଇନ୍ ତେଲ
ଜିରା ଟିପେ
ସୋରିଷ ଟିପେ
ଲାଲ ଲଙ୍କା
ଭୃସଙ୍ଗ ପତ୍ର

ପ୍ରାଣାଳୀ :
ବିରିକୁ ଚାରିଘଣ୍ଟା ଭିଜାଇ ଚିକ୍କଣ କରି ବାଟି ନିଅ | ଏହାକୁ ଫେଣ୍ଟି ନିଅ | ଅଦା,କଞ୍ଚାଲଙ୍କା ଚୂନାଚୂନା କାଟି ସେଥିରେ ମିଶାଇ ନିଅ | ଆଣରେ ନ ମିଶାଇ ଦହିରେ ବି ମିଶାଇ ପାରିବ | ଦହିରେ ଦୁଇକପ୍ ପାଣି ମିଶାଇ ଲୁଣ ଦେଇ ରଖ | କରେଇରେ ଗୋଟେ ଟେବୁଲ ଚାମଚ ତେଲ ଗରମ କରି ଲାଲ ଲଙ୍କା ,ଜିରା ସୋରିଷ ଫୁଟାଇ ଭୃସଙ୍ଗପତ୍ର ଦିଅ| ଏହି ବଘରାକୁ ଦହିରେ ଦେଇ ଦିଅ |କରେଇରେ ତେଲ ଗରମ କରି ବାଟିଥିବା ଆଣରେ ଛୋଟ ଛୋଟ ବରା ଛାଣି ପାଣିରେ ପକାଇ ଦିଅ | ବରାଗୁଡିକୁ ପାଣିରୁ ଚିପୁଡି ଦହି ପାଣିରେ ଦିଅ | ବରାଗୁଡିକୁ ପାଣିରେ ଚିପୁଡି ଦହି ପାଣିରେ ଦିଅ | ଇଚ୍ଛା ହେଲେ ଦହିରେ ଆଉ କପେ ପାଣି ମିଶାଇ ସେଥିରେ ଚରାଗୁଡିକ ଦେଇପାରିବ |ଖାଇବାକୁ ଦେଲାବେଳେ ଜିରାଗୁଣ୍ଡ ଛିଞ୍ଚି ଖାଇବାକୁ ଦେବ |

Comments

comments