
ସାମଗ୍ରୀ:
ଚିକେନ୍- ୨ ଟା(୮୦୦ଗ୍ରାମ୍)
ଲେମ୍ବୁରସ-୨ ଟେବୁଲ୍-ଚାମଚ
ଲୁଣ-୧ ଚାମଚ
ମାରିନେଟ୍ ପାଇଁ :
ଦହି- ୨୦୦ଗ୍ରାମ
ରସୁଣ ବଟା- ୨ ଟେବୁଲ୍-ଚାମଚ
ଅଦା ବଟା- ୨ ଟେବୁଲ୍-ଚାମଚ
ଲଙ୍କାଗୁଣ୍ଡ-୧ ଟେବୁଲ୍-ଚାମଚ
ଲେମ୍ବୁରସ-୨ ଟେବୁଲ୍-ଚାମଚ
ଗରମ ମସଲା-୧ ଚାମଚ
ଜିରା- ୧ ଚାମଚ
ଲୁଣ- ସ୍ୱାଦାନୁସାରେ
ରିଫାଇନ୍ ତେଲ- ୧ ବଡ ଚାମଚ
କମଳା ରଙ୍ଗ- ୫-୬ ବୁନ୍ଦା
ପ୍ରଣାଳୀ:
ଗୋଟା ଟିକେନ୍କୁ ଡ୍ରେସିଙ୍ଗ କଲାପରେ ତା ଉପରେ ଥବା ପତଳା ଚମଡାକୁ ମଧ୍ୟ କଢିଦିଅନ୍ତୁ | ତା ପରେ ଛୁରୀରେ ତା ୭-୮ ଜାଗା କଟା ଦାଗ କରିଦିଅନ୍ତୁ | ଲେମ୍ବୁରସ ଓ ଲୁଣକୁ ଚିକେନ୍ ଉପରେ ଘଷି ୧୫ ମିନିଟ୍ ରଖିଦିଅନ୍ତୁ | ତା ପରେ ମାରିନେଟ୍ ପାଇଁ ଥିବା ମସଲାକୁ ଏକାଠି ମିଶାଇ ସେଥିରେ ଚିକେନ୍କୁ ଗୋଳାଇ ୪-୫ ଘଣ୍ଟା ପାଇଁ ଫ୍ରିଜ୍ରୁ କାଢି ଇଭାନ୍ ରଡରେ ଗୁନ୍ଥି ପ୍ରି-ହିଟେଡ୍ ଓଭାନ୍ରେ ୧୨୦ ଡିଗ୍ରୀ ସେଣ୍ଟିଗେଡ୍ରେ ୧୨-୧୫ ମିନିଟ୍ ବେକ୍ କରନ୍ତୁ | ମଝିରେ ମଝିରେ ବଟର୍ ଲଗାଇଦେଉଥିବେ | ହୋଇଗଲା ରଡରୁ କାଢି ପିଆଜ, ବନ୍ଧାକୋବି ସାଲାଡ୍ ସହ ପରିବେଷଣ କରନ୍ତୁ |
Comments
comments