OdiaWeb- Odia Film, Music, Songs, Videos, SMS, Shayari, Tourism, News

ଟମାଟୋ ଖଟା-ମିଠା

Tomato khata mitha
Tomato khata mitha

ସାମଗ୍ରୀ :
ଟମାତୋ -୨୫୦
ଗୁଡ-୧/୨ କପ୍
ଲାଲ୍‌ଲଙ୍କା-୨ ଟା
ଆମ୍ବଅଦା-ଟିକେ
ଅଦା-ଟିକେ
କଞ୍ଚାଲଙ୍କା -୨ ଟା
ଫୁଟଣ-୧/୨ ଚା ଚାମଚ
ଲୁଣ-ସ୍ୱାଦାନୁସାରେ
ହଳଦୀ–୧ ଚାମଚ
ତେଲ- ୧ ଟେବୁଲ୍-ଚାମଚ
ତେଜପତ୍ର-୧ ଟା

ପ୍ରଣାଳୀ :
ଟମାଟୋ ଧୋଇ ନେଇ ଛୋଟ ଛୋଟ କାଟି ନିଅ । ଅଦା,ଆମ୍ବଅଦା , ଚୂନା ଚୂନା କାଟି ନିଅ । କଞ୍ଚାଲଙ୍କା ଚିରି ନେଇ ରଖ । କରେଇରେ ତେଲ ଗରମ କରି ଲାଲ୍‌ଲଙ୍କା, ତେଜପତ୍ର ଓ ଫୁଟଣ ଫୁଟାଅ । ସେଥିରେ ଟମାଟୋ କଟା ଦିଅ । ଲୁଣ, ହଳଦୀ ,ଅଦା, କଞ୍ଚାଲଙ୍କା ପ୍ରଭୃତି ଦେଇ କମ୍ ନିଆଁରେ ରଖ । ଟମାଟୋ ସିଝିଗଲେ ଗୁଡି ଦିଅ । ଏହା ମିଶିମିଶି ସିଝିଗଲେ ଓ ପାଣି ଶୁଖିଗଲେ ଖଟାକୁ ଓହ୍ଲାଇଦିଅ ।

Comments

comments