OdiaWeb- Odia Film, Music, Songs, Videos, SMS, Shayari, Tourism, News

ଛେନା ମାଲପୁଆ

Tasty Recipe chhena Malpua

Tasty Recipe chhena Malpua

ସାମଗ୍ରୀ:

(ଦେଢ଼ କିଲୋ ଦୁଧ, ୧ କପ୍‌ ମଇଦା, ୨ଟା ଗୁଜୁରାତି, ୨ କପ୍‌ ଚିନି,
ଛାଣିବା ପାଇଁ ତେଲ)


ପ୍ରସ୍ତୁତି : ୧ କିଲୋ ଦୁଧର ଛେନା ଛିଣ୍ଡାଇ ତାକୁ କନାରେ ବାନ୍ଧି
ପାଣିନିଗାଡ଼ି ନିଅ । ଛେନାରୁ ପାଣି ନିଗିଡ଼ି ଗଲେ ମଇଦାକୁ ଦେଇ ଭଲ ଭାବରେ
ଚକଟ । ଏଇ ମଇଦା ଚକଟାକୁ ବଳିଥ୍‌ବା ଦୁଧ ଦେଇ ଗୋଳାଇ ଆସ୍ତେ ଆସ୍ତେ
ମିଶାଅ । ମିଶ୍ରଣ ଆଣ ପରି ହୋଇଗଲେ ଆଉ ଦୁଧ ଦେବନି । ଏଇ ମିଶ୍ରଣରେ
ଗୁଜୁରାତି ଗୁଣ୍ଡ ପକାଅ । ଦୁଇ କପ୍‌ ଚିନିରେ ୧ କପ୍‌ ପାଣି ଦେଇ ଫୁଟାଇ ଓହ୍ଲାଇ
ରଖ । ଚିନି ଶିରା ଏକ ତାରଠାରୁ ଟିକେ ପତଳା ହେବ । ଏକ ତାର ହେବା ଆଗରୁ
ଓହ୍ଲାଇ ନେବେ । କଡାଇରେ ତେଲ ଗରମ କରି ଚାମଚାଏ ଲେଖା ଆଣ ପକାଇ ସବୁ
ମାଲପୁଆ ଗୋଟିଏ ଗୋଟିଏ କରି ଛାଣିବେ । ଗୋଟି ଗୋଟି ଚାଣି ନେଇ ଚିନି ରସରେ _
ବୁଡାଇ ଗୋଟିଏ ଥାଳିରେ କାଡ଼ି ରଖିବେ । ମାଲପୁଆ ଛଣା ସରିବା ପରେ ଚିନି ରସ
ଯଦି ବଳେ ତେବେ ସେ ସବୁକୁ ମାଲପୁଆ ଉପରେ ଢ଼ାଳି ଦେବେ ।

Comments

comments