OdiaWeb- Odia Film, Music, Songs, Videos, SMS, Shayari, Tourism, News

ଛତୁ ବେସର

mushroom-masala
mushroom-masala

ସାମଗ୍ରୀ :
ପାଳଛତୁ – ୫୦୦ ଗ୍ରାମ୍‌
ସୋରିଷ – ୨ ଚାମଚ
ଜିରା -୧\୨ ଚାମଚ
କଞ୍ଚାଲଙ୍କା -୩-୪ଟି
ରସୁଣ – ୮-୧୦ କୋଲା
ସୋରିଷ ତେଲ- ୩ ଟେବୁଲ୍‌-ଚାମଚ
ହଳଦି- ୧ ଚାମଚ
ଲୁଣ—ସ୍ୱାଦାନୁସାରେ୍
ତେନ୍ତଳିମଣ୍ଡ ବା ଟମାଟୋ ପ୍ୟୁରୀ – ୧ ଟେବୁଲ୍‌-ଚାମଚ

ପ୍ରଣାଳୀ :
ଛତୁକୁ ବାଛି ସଫା କରି ଧୋଇ ଚିପୁଡ଼ି ହଳଦି-ଲୁଣ ଗୋଳାଇ ତେଲ ଦେଇ ନଷ୍ଟିକ୍‌ରେ ଗନ୍ଧ ଯିବାଯାଏଁ ଭାଜିଦିଅନ୍ତୁ ଓ କାଢ଼ି ରଖନ୍ତୁ । ଆଉଟିକେ ତେଲ ଦେଇ କରେଇରେ ଫୁଟଣ ଫୁଟାନ୍ତୁ । ଫୁଟିଗଲେ ସୋରିଷ, ରସୁଣ,ଜିରା-ଲଙ୍କାର ପାଲିସ୍‌ ବଟାକୁ ଦେଇ ୧ କପ୍‌ ପାଣି ଦେଇଦିଅନ୍ତୁ । ଆଉଟିକେ ହଳଦି ପକାଇ ଗୋଳାନ୍ତୁ । ଫୁଟିଗଲେ ଛତୁଭଜା ପକାଇ ଗୋଳାଇ ଆଞ୍ଚ କମାଇ ଘୋଡ଼ାଇ ବସାନ୍ତୁ । ୮-୧୦ ମିନିଟ୍‌ ପରେ ଟମାଟୋ ବା ତେନ୍ତୁଳି ମଣ୍ଡ ମିଶାନ୍ତୁ । ପୁଣିଥରେ ଫୁଟାଇ ଝୋଳ ଦରକାର ମୁତାବକ ରଖୁ ଆଞ୍ଚ ବନ୍ଦ କରନ୍ତୁ ଓ ଗରମ ଗରମ ପରତଶନ୍ତୁ ।

Comments

comments