OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିତଉ

Chitau_pitha
Chitau_pitha

ସାମଗ୍ରୀ :
ଅରୁଆଚାଉଳ -୨ କପ୍‌
ନଡ଼ିଆ -୧ ଟା – .
ଚିନି-୧କପ୍
ଖାଇବା ସୋଢା -୧/ ୨ ଚା ଚାମଚ
ଦୁଧ – ୧ କିଲୋ
ରିଫାଇନ୍‌ ତେଲ

ପ୍ରଣାଳୀ :
ଅରୁଆଚାଉଳ ଧୋଇ ଭିଜାଇ ନିଅ । ନଡ଼ିଆ କୋରି ନିଅ । ନଡ଼ିଆ ଓ ଅରୁଆ ଚାଉଳ ବାଟି ନିଅ । ନଡ଼ିଆ ଚାଉଳ ବଟାରେ ୧ / ୨କପ୍‌ ଚିନି, ଲୁଣ, ପାଣି ଓ ଖାଇବା ସୋଢ଼ା ମିଶାଇ ଦିଅ । ଏହି ଆଣ ଚକୁଳି ଆଣ ପରି ହେବ । ତାୱା ଗରମ କରି ରିଫାଇନ୍‌ ତେଲ କିମ୍ବା ଘିଅ ଏକ ଟେବୁଲ୍‌ ଚାମଟ଼ ଦିଅ । ସେଥ୍‌ରେ ୨ ବଡ଼ ଚାମଟଚ଼ ଚିତଉ ଆଣ ଦିଅ । ଢାଙ୍କି ଦିଅ । ପିଠା କମ୍‌ ନିଆଁରେ ରଖିବ । ପାଞ୍ଚମିନିଟ୍‌ ପରେ ଢାଙ୍କୁଣୀ ଖୋଲି ଦେଖୁବ ପିଠା ହୋଇଯାଇଥିଲେ୍ ଉପରେ ଫାଟି ଯାଇଥୁବ । ପିଠାକୁ ଓଲଟାଇବ ନାହିଁ । ଆସ୍ତେ ଥାଳିରେ ରଖି ଖାଇବାକୁ ଦେବ ।

ଇଚ୍ଛା ହେଲେ ଦୁଧ ଓ ୧ / ୨କପ୍‌ ଚିନି ଫୁଟାଇ ରଖିଥିବ । ଖାଇବାକୁ ଦେଲାବେଳେ ଗୋଟିଏ ପିଠା ଉପରେ ଦୁଇ ବଡ଼ ଚାମଟ଼ ମିଠା କ୍ଷୀର ଢାଳି ଖାଇବାକୁ ଦେଇପାର

Comments

comments