OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିଙ୍ଗୁଡି ମଲାଇ

Chingri-Malai
Chingri-Malai

ସାମଗ୍ରୀ:
ଚିଙ୍ଗୁଡି -୮୦୦ ଗ୍ରାମ୍
ହଳଦି-୧ ଚାମଚ
ଲୂଣ- ସ୍ୱାଦାନୁସାରେ
ସୋରିଷ ତେଲ- ୧୫୦ ମିଲି
ଅଦା ବଟା-୨ ଚାମଚ
ରସୁଣ ବଟା-୨ ଚାମଚ
ପିଆଜ ବଟା- ୧୦୦ ଗ୍ରାମ୍
କଞ୍ଚାଲଙ୍କା ବଟା -୧ ଚାମଚ
ବହଳିଆ ନଡିଆ ରସ- ୩୫୦ ମିଲି
ଫ୍ରେସ୍ ଫେଣ୍ଟା ସର- ୧ ଟେବୁଲ୍-ଚାମଚ

ପ୍ରଣାଳୀ:
ଚିଙ୍ଗୁଡି ଚୋପା ଛଡାଇ, ଧୋଇ ,ଲୁଣ-ହଳଦି ମିଶାଇ ୧୦ ମିନିଟ୍ ଅଲଗା ରଖନ୍ତୁ | ତେଲ ଗରମ କରି ୨-୩ ମିନିଟ୍ ହାଲ୍‌କା ଭାଜି ରଖନ୍ତୁ | ପୁଣି ଥରେ କରେଇରେ ଆଉ ଅଳ୍ପ ତେଲ ଦେଇ ଅଦା-ରସୁଣ ବଟା ପକାଇ ୩ ମିନିଟ୍ ଭାଜନ୍ତୁ | ରସୁଣ ଗନ୍ଧ ଚାଲିଗଲେ ନଡିଆ ରସ ପକାଇ ଫୁଟାଇ ଗ୍ୟାସ୍
କମାଇଦିଅନ୍ତୁ | ୫-୬ ମିନିଟ୍ କମ୍ ଆଞ୍ଚରେ ରାନ୍ଧିବା ପରେ ଚିଙ୍ଗୁଡି ପକାଇ ଝୋଳ ଏକ-ତୃତୀୟାଶଂ ହେବାଯାଏଁ ରାନ୍ଧି ଗରମାଗରମ ଭାତ ସହ ପରଶନ୍ତୁ |

Comments

comments