
ସାମଗ୍ରୀ :
ଚିକେନ୍ - ୫୦୦ ଗ୍ରାମ୍
ଲୁଣ- ସ୍ଵାଦାନୁସାରେ
ହଳଦି- ଅଳ୍ପ
କର୍ଣଫ୍ଲୋର୍ – ୪ ଟେବୁଲ୍-ଚାମଚ
ରିଫାଇନ୍ ତେଲ-ଛାଣିବା ପାଇଁ
ପିଆଜ – ୪ଟି (ସରୁକଟା)
ଚୂନାକଟା ରସୁଣ – ୩ ଛୋଟ ଚାମଚ
ଚୂନାକଟା କଞ୍ଚାଲଙ୍କା–୨ ଛୋଟ ଚାମଚ
ସରୁକଟା ଅଦା–୩ ଛୋଟ ଚାମଚ
କ୍ୟାପ୍ସିକମ୍–୨ଟି (ସରୁ ଲମ୍ବାକଟା)
ଟମାଟୋ–ସରୁ ଲମ୍ବାକଟା
ଗୋଲମରିଚ ଗୁଣ୍ଡ–୧ ଛୋଟ ଚାମଚ
ଆଜିନୋ ମୋତୋ- ୧/୨ ଛୋଟ ଚାମଚ
ଅଦା-ରସୁଣ ବଟା – ୧ ଟେବୁଲ୍-ଚାମଚ
ଚିଲି ସସ୍ – ୧ ଟେବୁଲ୍-ଚାମଚ
ସୋୟା ସସ୍ – ୧ ଟେବୁଲ୍-ଚାମଚ
ଟମାଟୋ ସସ୍ – ୧ ଟେବୁଲ୍-ଚାମଚ
ପ୍ରଣାଳୀ :
ଚିକେନ୍ ପିସ୍ଗୁଡ଼ିକୁ ପରିଷ୍କାର କରି ଧୋଇ ଲୁଣ, ହଳଦି, ଅଦା-ରସୁଣ୍ ବଟା ଓ ୩ ଟେଟୁଲ୍-ଚାମଚ କର୍ଶଫ୍ଲୋର୍ ଗୋଳାଇ ଭଲକରି ୧/୨ ଘଣ୍ଟା ରଖନ୍ତୁ | ନନ୍ଷ୍ଟିକ୍ରେ ତେଲ ଟିକେ ବେଶି ଗରମ କରି କଡ଼ା କରି ଭାଜି ରଖନ୍ତୁ | ଏଥର ତେଲରେ ଅଦା, ରସୁଣ, ଲଙ୍କାକଟା ପକାଇ ଭାଜନ୍ତୁ । ବାଦାମୀ ରଙ୍ଗ ହେଲେ ପିଆଜ ପକାଇ ବାଦାମୀ ରଙ୍ଗ ହେବାଯାଏଁ ଭାଜନ୍ତୁ । ଏଥର କ୍ଯାପ୍ସିକମ୍ ଓ ଟମାଟୋ ପକାଇ ଆଜିନୋ ମୋତୋ ପକାଇ ନରମ କରି ଭାଜନ୍ତୁ । ଭଜା ଚିକେନ୍ ମିଶାନ୍ତୁ । ସସ୍ସବୁ ପକାଇ ଗୋଳାନ୍ତୁ । ବଳକା ୧ ଚାମଟ କର୍ଣ୍ଣଫୋର୍କୁ ପାଣିରେ ଗୋଳାଇ ଏଥିରେ ଢାଳନ୍ତୁ । ଆଞ୍ଚ କମାଇ ଘୋଡ଼ାଇଦିଅନ୍ତୁ । ୧୦ ମିନିଟ୍ ପରେ ଗୋଲମରିଚ ଗୁଣ୍ଡ ପକାଇ ଗରମାଗରମ ପରଶନ୍ତୁ ।
Comments
comments