
ସାମଗ୍ରୀ :
ଅରୁଆ ଚାଉଳ ଗୁଣ୍ଡ- ୩ କପ୍
ପାଣି- ୪ କପ୍
ଲୁଣ- ୧ ଛୋଟ ଚାମଟ
କଳାଜିରା, ଯୁଆଣି-ଅଳ୍ପ
ମେଥିଶାଗ ( ପତ୍ର) – ୧ କପ୍
ପ୍ରଣାଳୀ :
ଅରୁଆ ଚାଉଳକୁ ଧୋଇ ୩ ଘଣ୍ଟା ବତୁରାଇ ଛାଣି ପାଣି ନିଗାଡ଼ି ଅଳ୍ପ ଶୁଖିଲେ ଭଲକରି ଗୁଣ୍ଡ କରି ରଖନ୍ତୁ ( ଏହାକୁ ଫ୍ରିଜ୍ରେ ରଖିହେବ )। ଗୋଟିଏ ଖୋଲାମୁହାଁ ଡେକ୍ଚିରେ ପାଣି ଓ ଲୁଣ ଦେଇ ଫୁଟାନ୍ତୁ । ଏହି ଗୁଣ୍ଡ ପକାଇ୍ ଗୋଳାଇ ଗୋଳାଇ ଜନ୍ତନ୍ତୁ । ପାଣି ମରିଗଲେ କାଢ଼ି ଥଣ୍ଡା କରନ୍ତୁ । ଅଳ୍ପ ଉଷୁମ ପାଣି ହାତ କରି ଦଳି ନରମ କରନ୍ତୁ । କଳାଜିରା, ଯୁଆଣି, ମେଥିଶାଗ ଆଦି ପକାଇ ଦଳି ରଖନ୍ତୁ । ବେଲଣାରେ ବେଲି ରୁଟି ପରି କରନ୍ତୁ । ଏହା ପୂରା ପତଳା ହେବନି । ସାବଧାନରେ କରିବେ, ନହେଲେ ଫାଟିଯିବ । ନନ୍ଷ୍ଟିକ୍ ତାୱା ଗରମ କରି ଦୁଇପଟ ଭଲକରି ସେକି କାଢ଼ନ୍ତୁ । ତରକାରି ବା ଚଟଣି ।ସହ ପରଶନ୍ତୁ ।
Comments
comments