OdiaWeb- Odia Film, Music, Songs, Videos, SMS, Shayari, Tourism, News

ଘୁଘୁନି ଚାଟ୍

ghughuni chat

ghughuni chat

ସାମଗ୍ରୀ:
୨୫୦ଗ୍ରାମ୍ ଗୋଟା ମଟର
ଦୁଇଟା ବଡ ଆଳୁ
ଗୋଟିଏ ରସୁଣ
ଦେଢ ସେ.ମି ଅଦା
ଶୁଖିଲା ଲଙ୍କା
୧ଟେବୁଲ୍ ଚାମଚ ଜିରା
ବିଟା ଲୁଣ
ଖଟାଚଟଣି ମିଠା ଚଟଣି
୧କପ୍ ଦହି ଦରକାର ମୁତାବକ ଲୁଣ

ପ୍ରସ୍ତୁତି:
ଲୁଣ ଦେଇ ମଟର ସିଝାଇ ନିଅ |ହଳାଦୀ ନ ଦେଇ ଅଧେ ମଟର ଚାମଚରେ ଚାପି ଚାପି ରଖ |ଆଳୁ ସିଝାଇ ଚୋପା ଛଡାଇ ଛୋଟ ଛୋଟ କାଟି ରଖ |ରସୁଣ ଓ ଅଦା ଛେଚି ରଖ ୤ଜିରା ଲଙ୍କା ଭାଜି ଗୁଣ୍ଡ ଗୁଣ୍ଡ କରି ରଖ |ରସୁଣ ଓ ଅଦା ଛେଚି ରଖ |ଜିରା ଲଙ୍କା ଭାଜି ଗୁଣ୍ଡ ଗୁଣ୍ଡ କରି ରଖ |ଘିଅ ଫେଣ୍ଟି ରଖ |କଡାଇରେ ୧ ଚାମଚ ତେଲ ଦେଇ ଅଦା ରସୁଣ ଛେଚା ପକାଇ ଟିକେ ଭାଜ |ବାଦାମୀ ରଙ୍ଗର ହେଲେ ସେଥିରେ ସିଝା ମଟର ଓ ଆଳୁ ପକାଇ ଟିକେ ଗୋଳାଇ ନେଇ ଅଳ୍ପ ପାଣି ଦେଇ କିଛି ସମୟ ଫୁଟାଅ |ଓହ୍ଲାଇ ନେଇ ଜିରା ଲଙ୍କା ଗୁଣ୍ଡ ଦେଇ ଗୋଳାଇ ଦିଅ |ପ୍ଲେଟରେ ଦୁଇ ବଡ ଚାମଚ ଘୁଗୁନି ନିଅ |ତା’ଉପରେ ଖଟା ଚଟଣି ମିଠା ଚଟଣି ,ବିଟ ଲୁଣ ଓ ଦହି ଛିଞ୍ଚି ଖାଇବାକୁ ଦିଅ |

Comments

comments