
ସାମଗ୍ରୀ :
୬ଟି ବଡ଼ ଗାଜର
ନିରାମିଷ ଷ୍ଟକ୍ – ୧ ଚାମଚ
ବଟର୍- ୨ ଚାମଚ
କର୍ଣ୍ଣଫ୍ଲୋର – ୧ ଚାମଚ
ଚିନି-୧/୨ ଚାମଚ
ଲୁଣ, ଗୋଲମରିଚ ଗୁଣ୍ଡ – ସ୍ବାଦାନୁସାରେ
ଭିନେଗାର ବା ଲେମ୍ବୁରସ– ୧ ଟେବୁଲ୍-ଚାମଚ କଟା ଧନିଆପତ୍ର,
ଟମାଟୋ ସସ୍ ଓ ଚିଲି ସସ୍
ପ୍ରଣାଳୀ :
ଗାଜରକୁ ଧୋଇ ଛୋଟ ଛୋଟ କାଟି ବା କୋରି ସିଝାନ୍ତୁ । ସିଝିଗଲେ ତାରଜାଲିବାଲା ଛଣାରେ ଘଷି ଘଷି ଛାଣି ରଖନ୍ତୁ । ପ୍ୟାନ୍ରେ ଏହି ମିଶ୍ରକୁ ଢାଳି, ଲେମ୍ବୁରସ, ଚିନି, ଲୁଣ, ଗୋଲମରିଚ ଗୁଣ୍ଡ ମିଶାନ୍ତୁ । କର୍ଣ୍ଣଫ୍ଲୋରକୁ ଥଣ୍ଡା ପାଣିରେ ଗୋଳାଇ ସୁପ୍କୁ ଢାଳନ୍ତୁ ଓ ଗୋଳାନ୍ତୁ । ନିରାମିଷ ଷ୍ଟକ୍ ମିଶାଇ ବହଳିଆ ହେବାଯାଏଁ ଗୋଳାନ୍ତୁ । ଶେଷରେ ଟମାଟୋ ଓ ଚିଲି ସସ୍ ମିଶାନ୍ତୁ । ବାଉଲ୍କୁ କାଢ଼ି ବଟର, ଧନିଆପତ୍ର, ବିଟଲୁଣ ମିଶାଇ ସର୍ଭ କରନ୍ତୁ ।
Comments
comments