
ସାମଗ୍ରୀ :
ମଖାନା – ୨ କପ୍
ପାଣି–୧ କପ୍
କ୍ଷୀର -୧ ଲିଟର
ଚିନି-୩ ଟେ. ଚାମଚ
ତେଜପତ୍ର – ୧ଟି
କାଜୁ
କିସ୍ମିସ୍
ଗୁଜୁରାତି ଗୁଣ୍ଡ
ଘିଅ – ୧ ଚାମଚ
ପ୍ରଣାଳୀ :
ମଖାନାକୁ ପାଣିରେ ୭-୮ ମିନିଟ୍ ସିଝାଇ ରଖନ୍ତୁ । ତେଜପତ୍ର ପକାଇ କ୍ଷୀରକୁ ମାରି ଅଧା କରନ୍ତୁ । ତେଜପତ୍ର କାଢ଼ି ଚିନି ପକାଇ ମିଶାନ୍ତୁ । ଗୁଜୁରାତି ଗୁଣ୍ଡ ପକାନ୍ତୁ । ପ୍ଯାନ୍ରେ ଘିଅ ଗରମ କରି ସିଝା ମଖାନାକୁ ଟିକେ ଭାଜି କ୍ଷୀରରେ ପକାନ୍ତୁ । କାଜୁ କିସ୍ମିସ୍ ପକାଇ ବହଳିଆ ଟିକେ ହୋଇଗଲେ କାଢ଼ି ପରଶନ୍ତୁ । ( ସହଜରେ ବହଳିଆ କରିବାକୁ ହେଲେ ୧ ଚାମଚ କର୍ଣ୍ଣଫ୍ଲୋର୍କୁ ଅଳ୍ପ କ୍ଷୀରରେ ମିଶାଇ ଏଥିରେ ଢାଳି ଗୋଳାନ୍ତୁ ।)
Comments
comments