OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆମ୍ବର ଲୁଣି ଝୋଳ ଆଚାର

Amba luni achara
Amba luni achara

ସାମଗ୍ରୀ :
ଆମ୍ବ-୧ କିଲ
ଶୁଖିଲା ଲଙ୍କା-୧୦୦ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
ଗୁଡ-୭୫୦ ଗ୍ରାମ୍
ପାନମହୁରୀ-୧୦୦ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
ପାଣି- ୧ ଗ୍ଲାସ
ହଳଦୀ- ୨୫ ଗ୍ରାମ୍
ମେଥି-୨୫ (ଭଜା ହୋଇ ଗୁଣ୍ଡ କରାଯିବ)
କଳାଜିରା- ୨୫ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
ଲୁଣ- ୨୫ ଗ୍ରାମ୍
ସୋରିଷତେଲ- ୩୦୦ ମିଲିଗ୍ରାମ୍

ପ୍ରଣାଳୀ:
ଆମ୍ବକୁ ଖଣ୍ଡ କରି କାଟନ୍ତୁ (୧ ଇଞ୍ଚ) | ହଳଦୀ ଗୋଳାଇ ୨ଟି ଖରା ଦିଅନ୍ତୁ | ସୋରିଷତେଲକୁ ଗରମ କରି ଥଣ୍ଡା କରନ୍ତୁ | ମସଲାସବୁ ଅଲଗା ଭାଜି ଗୁଣ୍ଡ କରନ୍ତୁ | କରେଇରେ ପାଣି ଓ ଗୁଡ ପକାଇ ପାଗ କରନ୍ତୁ | ପାଣି ମରିଗଲେ ସିରା ହାତକୁ ଟିକେ ଅଠାଳିଆ ଲାଗିଲେ ଆମ୍ବ ପକାଇ ଗୋଳାନ୍ତୁ | ମସଲାଗୁଣ୍ଡ ସବୁ ପକାଇ ଭଲ କରି ମିଶାନ୍ତୁ | ଥଣ୍ଡା ହେଲେ ବୋତଲରେ ଭରି ରଖନ୍ତୁ | ୭-୧୫ ଦିନ ପର୍ ନରମ ହୋଇ ଖାଦ୍ୟ ଉପଯୋଗୀ ହେବ |

Comments

comments