OdiaWeb- Odia Film, Music, Songs, Videos, SMS, Shayari, Tourism, News

କଡାଇ ପନୀର୍

kadai-paneer-
kadai-paneer-

ସାମଗ୍ରୀ:
ପନୀର୍-୩୫୦ ଗ୍ରାମ୍ (୧*୪ ଇଞ୍ଚ କଟା)
ତେଲ-୩ ଚାମଚ
ରସୁଣବଟା-୧ ଚାମଚ
ଶୁଖିଲା ଲଙ୍କା-୪ଟି
ଧନିଆ ଗୁଣ୍ଡ-୧୧/୨ ଟେ.ଚାମଚ
କଞ୍ଚାଲଙ୍କା-୨ ଟି
ଚୂନାକଟା ଅଦା-୧ ଚାମଚ
ବିଲାତି ରସ-୧ ୧/୨ ଟେ.ଚାମଚ
କସ୍ତୁରୀ ମେଥି -୨ ଚାମଚ
ଗରମ ମସଲା-୧ ଚାମଚ
କମଳା ରଙ୍ଗ-୨ ବୁନ୍ଦା
ତେଲ-୩ ଚାମଚ
କ୍ୟାପ୍‌ସିକମ୍-୧ଟି
(ପନୀର୍‌ ପରି କଟା )
ପାଣି-୧/୨ କପ୍
ଦହି-୧/୩ କପ୍
ଧନିଆ ପତ୍ର-୨ ଚାମଚ
ଲୁଣ-ସ୍ୱାଦାନୁସାରେ

ପ୍ରଣାଳୀ:
କରେଇରେ ତେଲ ଗରମ କରି ଅଦା-ରସୁଣ ବଟା ପକାଇ ଗନ୍ଧ ଯିବାଯାଏଁ ଭାଜନ୍ତୁ | କଞ୍ଚାଲଙ୍କା ଓ ୧/୨ ଚାମଚ ଧନିଆ ଗୁଣ୍ଡ ପକାଇ ଭାଜନ୍ତୁ | ବିଲାତି ପକାନ୍ତୁ ଓ ନରମ ହେବାଯାଏଁ ରାନ୍ଧନ୍ତୁ | ପରେ ମେଥିପତ୍ର ,ଲୁଣ ଓ ଗରମ ମସଲା ପକାଇ ଭଲକରି ମିଶିଗଲେ କାଢି ରଖନ୍ତୁ | ଆଉ ଏକ ପ୍ୟାନ୍‌ରେ ବାକି ୩ ଚାମଚ ତେଲ ଦେଇ କ୍ୟାପ୍‌ସିକମ୍ ପକାଇ ଭାଜନ୍ତୁ | ପରେ ସେଥିରେ ମସଲାସବୁ ଦେଇ ଭଲଭାବରେ ଗୋଳାଇ କଷନ୍ତୁ ଓ ପୂର୍ବରୁ ରନ୍ଧା ମସଲା ପକାଇ ମିଶାନ୍ତୁ | ପନୀର୍ ପକାଇ ଦହି ଦେଇ ମିଶାନ୍ତୁ | ଦହି ମିଶିଗଲେ ପାଣି ଦେଇ କମ୍ ଆଞ୍ଚାରେ ୧୦ ମିନିଟ୍ ରାନ୍ଧନ୍ତୁ | ଶେଷରେ ଧନିଆ ପତ୍ରରେ ସଜାଇ ପରଶନ୍ତୁ |

Comments

comments