OdiaWeb- Odia Film, Music, Songs, Videos, SMS, Shayari, Tourism, News

ଏଗ୍ ପକୋଡା

egg-pakoda
egg-pakoda

ସାମଗ୍ରୀ :
ଅଣ୍ଡା -୪ଟା (ସିଝା -ମଝିରୁ ଦୁଇଫାଳ କରା )
ଆଳୁ ସିଝା -୩ଟି
ଧନିଆ ପତ୍ର କଟା -୧ ଟେବୁଲ୍- ଚାମଚ
କଞ୍ଚାଲଙ୍କା କଟା -୩ଟା
ଚୂନାକଟା ପିଆଜ -୧ ଟେ . ଚାମଚ
ଗୋଲମରିଚ ଗୁଣ୍ଡା – ୧/୨ ଚାମଚ
ଲୁଣ -ସ୍ୱାଦାନୁସାରେ
ଛାଣିବା ପାଇଁ ତେଲ
ଜିରାଲଙ୍କା -୧ ଚାମଚ
ଚାଟ୍ ମସଲା-୧ ଚାମଚ
ହଳଦି- ଟିକେ

ପ୍ରଣାଳୀ:
ବେସନରେ ଲୁଣ , ଜିରା- ଲଙ୍କା ଗୁଣ୍ଡ ଓ ପାଣି ଦେଇ ଆଣ ପ୍ରସ୍ତୁତ କରନ୍ତୁ | ଆଳୁରେ ଧନିଆ ପତ୍ର କଟା , କଟା ଲଙ୍କା ,  କଟା ପିଆଜ ,ଚାଟ୍ ମସଲା, ହଳଦିଆ ପକାଇ ଭଲକରି ଦଳନ୍ତୁ | ଫାଳ ଅଣ୍ଡା ଉପରେ ଆଳୁସିଝାରୁ କିଛି ଲଗାଇ ପୁଣି ଅଣ୍ଡା ପରି କରିଦିଅନ୍ତୁ | ଗରମ ତେଲରେ ଏହାକୁ ବେସନରେ ଗୋଳାଇ ଛାଣନ୍ତୁ | ସସ୍ ସହ ପରଶନ୍ତୁ |

Comments

comments