
ସାମଗ୍ରୀ :
ଆଳୁ – ୪ ଟା
ପାଳଙ୍ଗ ଶାଗ – ୨ ବିଡା ଜିରା- ୧/୨ ଚାମଚ
କଞ୍ଚାଲଙ୍ଗା – ୬ ଟା
ବଡ଼ି – ୫ଟା
ସୋରିଷ – ୧ଟେବୁଲ୍ ଚାମଚ଼
ପୋସ୍ତ – ୧ ଟେବୁଲ୍ ଚାମଚ
ରିଫାଇନ୍ ତେଲ କିମା ସୋରିଷ ତେଲ – ୨ ଟେବୁଲ୍ ଚାମଚ଼
ପରିମାଣ ଲୁଣ, ହଳଦୀ
ପ୍ରଣାଳୀ :
ଆଳୁ ଚୋପା ଛଡ଼ାଇ ଛୋଟ ଛୋଟ କାଟ । ପାଳଙ୍ଗ ଶାଗ ପରିଷ୍କାର କରି ଧୋଇ ଛୋଟ ଛୋଟ କାଟି ରଖ । କରେଇରେ ତେଲ ଗରମ କରି ବଡ଼ି ଭାଜି ନେଇ ଭଙ୍ଗା ଭଙ୍ଗା କରି ବିଅ । ସୋରିଷ, ପୋସ୍ତ, ଜିରା ଓ ଲଙ୍କା ବାଟି ନିଅ | ଆଳୁ କଟା, ଶାଖ କଟା, ବଟାମସଲା, ବଡ଼ିଖଣ୍ଡ। ଲୂଣ ଓ ହଳଦୀ ତେଲ ମିଶାଇ ସବୁ କରେଇରେ ରଖ । ଶାଗରୁ ବହୁତ ପାଣି ବାହାରିବ । ସେଥପାଇଁ ବେଶୀ ଆଞ୍ଚରେ ପାଣି ଶୁଖାଇବ । ଶାଗ ଓ ଆଳୁ ସିଝିଗଲେ ଓ ପାଣି ଶୁଖଗଲେ ତରକାରି ଓହ୍ଲାଇଦେବ ।
Comments
comments