OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆଳୁ ଚପ୍‌

Alu Chop

Alu Chop

ଆବଶ୍ୟକ ସାମଗ୍ରୀ: ଆଳୁ ୫୦୦ ଗ୍ରାମ୍‌, ଗାଜର ୧୦୦ ଗ୍ରାମ୍‌, ମଟର ମଞ୍ଜି ୫୦ ଗ୍ରାମ୍‌, ଲୁଣ ଓ କଞ୍ଚାଲଙ୍କା ଦରକାର ଅନୁଯାୟୀ, ବିନ୍‌ ୫୦ ଗ୍ରାମ୍‌, ପାଉଁରୁଟି ସ୍କାଇସ୍‌ ୪ ଖଣ୍ଡ, କର୍ଣ୍ଣଫ୍ଲୋର କିମ୍ବା ବେସନ ୫୦ ଗ୍ରାମ୍‌ ଏବଂ କ୍ରିମ୍ କାଠି ୧୦-୧୫ଟି |

ପ୍ରସ୍ତୁତି ପଦ୍ଧତି: ଆଳୁ, ଗାଜର, ବିନ, କଞ୍ଚା ମଟର ଛୁଇଁ ମଞ୍ଜି ଓ କଞ୍ଚାଲଙ୍କାକୁ ସିଝାଇ ସମସ୍ତ ପରିବା ଓ ଆଳୁକୁ ଚୋପା ଛଡ଼ାଇ ଏକାଠି ଚକଟି ଦିଅନ୍ତୁ। ଏହା ସହିତ ଲୁଣ, ପାଉଁରୁଟି ଖଣ୍ଡ ଓ ବେସନ ବା କର୍ଣଫ୍ଲୋରକୁ ମିଶାଇ ଭଲ ଭାବରେ ଦଳନ୍ତୁ ଏବଂ ଛୋଟ୍‌ ଛାଟ ଗୋଲାକରି ଚାପି ଦିଅନ୍ତୁ। ଏହାପରେ ଆଇସ୍‌କ୍ରିମ୍‌ କାଠିରେ ସେଗୁଡ଼ିକୁ ଲଗାନ୍ତୁ ନିଆଁ ରେ କଡ଼େଇ ବସାଇ ତେଲ ଗରମ କରନ୍ତୁ ଅଳ୍ପ ନାଲି ବା ମାଟିଆ ରଙ୍ଗ ହେବା ଯାଏ
ସେଗୁଡ଼ିକୁ ତେଲରେ ବୁଡ଼ାଇ ରଖନ୍ତୁ | ନାଲି ହେବା ପରେ ଏହାକୁ ତେଲରୁ କାଢ଼ି କଳା ଲୁଣ ଓ ଗୋଲ ମରିଚ ଗୁଣ୍ଡ ଛିଞ୍ଚି ପରଷନ୍ତୁ ।

Comments

comments