
ସାମଗ୍ରୀ :
ଆମ୍ବ- ୧ କିଲୋ
ଶୁଖିଲା ଲଙ୍କା-୧୦୦ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
ଗୁଡ଼-୭୫୦ ଗ୍ରାମ୍
ପାନମହୁରି- ୧୦୦ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
ପାଣି- ୧ ଗ୍ଲାସ
ହଳଦି- ୨୫ ଗ୍ରାମ୍
ମେଥି – ୨୫ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
କଳାଜିରା- ୨୫ ଗ୍ରାମ୍ ( ଭଜା ହୋଇ ଗୁଣ୍ଡ କରାଯିବ)
ଲୁଣ- ୨୫ ଗ୍ରାମ୍
ସୋରିଷତେଲ- ୩୦୦ ମିଲିଗ୍ରାମ୍
ପ୍ରଣାଳୀ :
ଆମ୍ବକୁ ଖଣ୍ଡକରି କାଟନ୍ତୁ ( ୧ଇଞ୍ଚ) । ହଳଦି ଗୋଳାଇ. ୨ଟି ଖରା ଦିଅନ୍ତୁ । ସୋରିଷତେଲକୁ ଗରମ କରି ଥଣ୍ଡା କରନ୍ତୁ । ମସଲାସବୁ ଅଲଗା ଭାଜି ଗୁଣ୍ଡ କରନ୍ତୁ । କରେଇରେ ପାଣି ଓ ଗୁଡ଼ ପକାଇ ପାଗ କରନ୍ତୁ । ପାଣି ମରିଗଲେ ସିରା ହାତକୁ ଟିକେ ଅଠାଳିଆ ଲାଗିଲେ ଆମ୍ବ ପକାଇ ଗୋଳାନ୍ତୁ । ମସଲାଗୁଣ୍ଡ ସବୁ ପକାଇ ଭଲ କରି ମିଶାନ୍ତୁ । ଥଣ୍ଡା ହେଲେ ବୋତଲରେ ଭରି ରଖନ୍ତୁ । ୭- ୧୫ ଦିନ ପରେ ନରମ ହୋଇ ଖାଦ୍ୟ ଉପଯୋଗୀ ହେବ ।
Comments
comments