
ସାମଗ୍ରୀ :
ସିଝା ଅଣ୍ଡା -୪ଟି
ବଡ଼ ପିଆଜ ୧ଟି
ଶୁଖିଲା ଲଙ୍କା -୩ଟି
ରସୁଣକ୍ – ୪ ପାଖୁଡ଼ା
ଧନିଆ -୧ ଚାମଚ
ଅଦା- ଛୋଟ ଖଣ୍ଡେ
ପିଆଜ-_୧ଟି ଚୂନାକୁଟା
ସିଝାଆଳୁ – ୪ଟି ଵଡ଼
ଟମାଟୋ -୩ଟି ଛୋଟକଟା
ତେଲ-ଛୋଟ ୧ କପ୍ (୫୦ ମିଲି)
ଲୁଣ- ସ୍ବାଦାନୁସାରେ
ହଳଦି – ଅଧ ଚାମଚ
ଧନିଆ ପତ୍ର – ୨ ଚାମଚ (ଚୂନାକଟା)
ଗରମ ମସଲା ଗୁଣ୍ଡ-୧/୨ ଚାମଚ
ପ୍ରଣାଳୀ :
ଅଣ୍ଡାକୁ ଚୋପା ଛଡ଼ାଇ କରେଇରେ ତେଲ ଦେଇ ଲାଲ୍ କରି ଭାଜି ରଖନ୍ତୁ । ପିଆଜ, ରସୁଣ, ଅଦା, ଜିରା ଓ ଲଙ୍କା, ଧନିଆକୁ ବାଟି ରଖ | ଆଳୁରୁ ଚୋପୀ ଛଡ଼ାଇ ୪ ଖଣ୍ଡ କରି ରଖ । କରେଇରେ ତେଲ ଗରମ କରି ବଟା ମସଲା ପକାଇ ଭଲକରି କଷନ୍ତୁ ୭-୧୦ ମିନିଟ୍ଯାଏଁ । ପରେ ୧/୨କପ୍ ପାଣି ଦେଇ କଟା ଆଳୁ ପକାନ୍ତୁ । ଆଳୁ, ଓ ମସଲା ଭଲକରି ମିଶିଗଲେ ଅଣ୍ଡା ଭଜା ପକାଇ ୨ କପ୍ ପାଣି ଦେଇ ମଧ୍ୟମ ଆଞ୍ଚରେ ଝୋଳ ବହଳିଆ ହେବାଯାଏଁ ରାନ୍ଧନ୍ତୁ । ଶେଷରେ ଗରମ ମସଲା ଗୁଣ୍ଡ ଓ. ଧନିଆ ପତ୍ର ପକାଇ କାଢ଼ି .ଗରମାଗରମ ପରଶନ୍ତୁ ।
Comments
comments