OdiaWeb- Odia Film, Music, Songs, Videos, SMS, Shayari, Tourism, News

ବିଶ୍ବ ଆନ୍ତର୍ଯାତୀୟ ନାରୀ ଦିବସରେ ପ୍ରତ୍ୟେକ ନାରୀଙ୍କୁ ଆମର ଶୁଭେଚ୍ଛା ଓ ଶୁଭକାମନା

ଆଜି ହେଉଛି ମାର୍ଚ୍ଚ ୮ ତାରିଖ ଓ ପ୍ରତି ବର୍ଷ ଆଜିର ଦିନରେ ସାରା ବିଶ୍ବ ପାଳନ କରେ “ବିଶ୍ବ ଆନ୍ତର୍ଯାତୀୟ ନାରୀ ଦିବସ” | ଏହି  “ବିଶ୍ବ ଆନ୍ତର୍ଯାତୀୟ ନାରୀ ଦିବସ” ପାଳନ କରିବାର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ହେଲା ନାରୀକୁ ଅଧିକରୁ ଅଧିକ ସଶକ୍ତ କରିବା ଓ ନାରୀର ମହନୀୟତା ଯେ ଚିର ନମସ୍ୟ ଓ ପୂଜ୍ୟ ଏହି ବାସ୍ତବତାକୁ ସାଦରେ ଗ୍ରହଣ କରିବା |

Womens Day in Odisha
Womens Day in Odisha

ଭାରତୀୟ ସଂସ୍କୃତିରେ ଯୁଗ ଯୁଗରୁ ନାରୀକୁ ବହୁତ ଉଚ୍ଚ ଆସନ ଦିଆ ଯାଇଛି | ଆପଣ ଜାଣିଥିବେ ଯେ, ସଂସ୍କୃତରେ ଏକ ଶ୍ଳୋକ ରହିଛି:-  ‘यस्य पूज्यंते नार्यस्तु तत्र रमन्ते देवता:”

ଅର୍ଥାତ୍ ଯେଉଁ ଠାରେ ନାରୀ ପୂଜା ପାଏ ବା ନାରୀର ଆଦର ସମ୍ମାନ କରାଯାଏ; ସେଠାରେ ଦେବତା ନିବାସ କରନ୍ତି |

Happy Women’s Day Wishes

ନାରୀ ଓ ପୁରୁଷ ସୃଷ୍ଟିର ଦୁଇଟି ଚକ୍ଷୁ ସଦୃଶ | ନାରୀ ହେଉଛି ଇଶ୍ବରଙ୍କର ଏକ ଉତ୍କର୍ଷ, ଅନବଦ୍ୟ ଓ ମହନୀୟ ସୃଷ୍ଟି | ନାରୀ ସମଗ୍ର ସୃଷ୍ଟିକୁ ନିଜ ଗର୍ଭରେ ସ୍ଥାନ ଦେଇ ପାରିବାର କ୍ଷମତା ରଖେ | ନାରୀ ବିନା ଇଶ୍ବରଙ୍କର ଜୀବନ ଚକ୍ରର ସରଞ୍ଚନା କଳ୍ପନା କରା ଯାଇ ନ ପାରେ | ଏପରିକି ନାରୀକୁ ଇଶ୍ବରଙ୍କର ଦ୍ବିତୀୟ ରୂପ ବୋଲି ମଧ୍ୟ କୁହାଯାଏ | ନାରୀ ସର୍ବସଂହା ଧରଣୀ ସମ ଓ ଘର,  ପରିବାର, ସମାଜ ତଥା ରାଷ୍ଟ୍ର ପ୍ରଗତିର ମୂଳଦୁଆ | ଯେଉଁ ଘର, ପରିବାର ବା ରାଷ୍ଟ୍ର ର ନାରୀ ଯେତେ ସୁଶିକ୍ଷିତା, ସୁସଂସ୍କାରୀ, ଉଚ୍ଚ ଚରିତ୍ରସମ୍ପର୍ଣା, ବୁଦ୍ଧିମତୀ ସେହି ଘର, ପରିବାର ଓ ରାଷ୍ଟ୍ର ସେତେ ଉନ୍ନତ | ସେଥି ପାଇଁ ବିଜ୍ଞଜନ ମାନେ ମଧ୍ୟ କହି ଯାଇଛନ୍ତି ଯେ, “ଗୋଟିଏ ପୁରୁଷ ଶିକ୍ଷିତ ହେଲେ, ଜଣେ ବ୍ୟକ୍ତି ଶିକ୍ଷିତ ହୁଏ…କିନ୍ତୁ ଜଣେ ନାରୀ ଶିକ୍ଷିତା ହେଲେ, ଗୋଟିଏ ପିଢୀ ଶିକ୍ଷିତ ହୁଏ |”

ନାରୀ ମୃତ୍ୟୁର ଶଯ୍ୟାରେ ଶୋଇ ନୂତନ ଜୀବନକୁ ଧରା ପଷ୍ଠକୁ ଆଣିଥାଏ | ନାରୀର ଘର, ପରିବାର, ସ୍ବାମୀ, ସନ୍ତାନ, ସମାଜ ଓ ଏପରିକି ସାରା ବିଶ୍ବ ପାଇଁ ମହତ୍ବପୂର୍ଣ ଭୂମିକା ରହିଛି | ନାରୀ ବିନା ପୁରୁଷର ଜୀବନ ସମ୍ପୂର୍ଣ ଅସମ୍ପୂର୍ଣ ମନେ ହୁଏ |  ଜନନୀ, ଜାୟା, ଭଗିନୀ, ବାନ୍ଧବୀ ରୂପେ ନାରୀ ପୁରୁଷର ଜୀବନରେ ସୁଧାଝର ଝରାଇ ତାର ବ୍ୟକ୍ତିତ୍ବକୁ ପରିପୂର୍ଣ କରିଥାଏ ଏବଂ ନାରୀର ଭିର୍ଣ ଭିର୍ଣ ରୂପ ମଧ୍ୟରୁ ଜନନୀ ରୂପକୁ ସର୍ବଶ୍ରେଷ୍ଠ ତଥା ଇଶ୍ବରଙ୍କ ଠାରୁ ମଧ୍ୟ ଉଚ୍ଚତର  ଆସନ ଦିଆଯାଇଛି |

ପୌରାଣିକ କଥା ବସ୍ତୁ ଉପରେ ସାମାନ୍ୟ ନଜର ପକାଇଲେ ଆମେ ନିଶ୍ଚୟ ଜାଣି ପାରିବା ଯେ ସୃଷ୍ଟିର କେଉଁ ପ୍ରାଚୀନ କାଳରୁ, ଯୁଗ ଯୁଗ ଧରି ନାରୀର ମହତ୍ବ ରହି ଆସିଛି | ଉଦ୍ଦାହରଣ ସ୍ବରୂପ;  ସୀତା ଦେବୀ ସର୍ବଗୁଣ ସମ୍ପର୍ଣା ଓ ପତିବ୍ରତା ପତ୍ନୀ ଥିବା ସହ ଜଣେ ବୁଦ୍ଧିମତୀ ଓ ଉଚ୍ଚ ସଂସ୍କାରୀ ଜନନୀ ମଧ୍ୟ ଥିଲେ | ସୁଶିକ୍ଷିତା, ଚରିତ୍ରବତୀ, ସୁସଂସ୍କାରୀ ନାରୀ ହିଁ  କେବଳ ସମାଜକୁ ସୁସଂନ୍ତାନ ଦେଇ ପାରିବାକୁ ସକ୍ଷମ  ଓ ଏପରି ନାରୀ ସମାଜ ପାଇଁ ଉଜ୍ଜ୍ବଳ ଆଲୋକର ଶିଖା ସଦୃଶ |

ଅହଲ୍ୟା ବାଈ ହୋଲକର,ଲୀଳାବତୀ, ରାଣୀ ଲକ୍ଷ୍ମୀ ବାଈ, ମଦର ଟେରେସା, ସୁଚେତା କୃପଲାନି,ରମାଦେବୀ, କସ୍ତୁରବା ଗାନ୍ଧୀ, ଇନ୍ଦିରା ଗାନ୍ଧୀ ଆଦି ବଳିଷ୍ଠ ନାରୀ ଚରିତ୍ରଙ୍କ ପାଇଁ  ଇତିହାସ ଚିର ଗର୍ବିତ |

ଆଉ ପୁଣି ଲତା ମଙ୍ଗେସ୍କର, ସାନିଆ ନେଓ୍ବାଲ, କଳ୍ପନା ଚାଓ୍ବଲା, କିରନ୍ ବେଦୀ, ପି.ଟି ଉଷା, ମେରୀ କମ୍,ପ୍ରତିଭା ପାଟିଲଙ୍କ ପରି ନାରୀ ଚରିତ୍ର ମାନେ ତ ସାରା ବିଶ୍ବ ପାଇଁ ପ୍ରେରଣାର ଉସ୍ଛ |

ନାରୀର ପରାକାଷ୍ଠା, ମହତ୍ବ, ମହନୀୟତା, ଦକ୍ଷତା ଆଦି ସେ ଶାସ୍ତ୍ରିୟ-ପୌରାଣିକ କଥା ବସ୍ତୁ ହେଉ ବା ଇତିହାସ ତାହା ଯୁଗ ଯୁଗରୁ ପ୍ରମାଣିତ ଏବଂ ଏହା ସହିତ ଆଜିର ଅତ୍ୟାଧୁନିକ ନାରୀ ତ ପୁଣି ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ଠାରୁ ଆଗରେ ରହି ନିଜ ପାରଦର୍ଶିତାରେ ଦୁନିଆକୁ ଅନବରତ ଗର୍ବିତ କରି ଚାଲିଛି | କିନ୍ତୁ ବିଡମ୍ବନା ଏହା ଯେ ଆଜି ମଧ୍ୟ ନାରୀ ପ୍ରତି ସମାଜର କେତେକ ସଂକୀର୍ଣମନା ଗୋଷ୍ଠୀ ନିଜର ହୀନ ମନୋଭାବ ପୋଷଣ କରି ତା’ର ଅଧିକାରରୁ ତାକୁ ବଞ୍ଚିତ କରିବାର କୁପ୍ରୟାସରେ ମାତିଛନ୍ତି | ଆଜିର ଅତ୍ୟାଧୁନିକ ଡିଜିଟାଲ ଯୁଗରେ ବି କନ୍ୟା ଭ୍ରୁଣ ହତ୍ୟା ପରି ଅମାନୁଷିକ ବର୍ବର ଘଟଣା ଦୁନିଆର ଅନ୍ଧାରି ଇଲାକାରେ ଘଟୁଛି | ରୂପବତୀ, ଗୁଣବତୀ, ଉଚ୍ଚଶିକ୍ଷିତା,  ରୋଜଗାରକ୍ଷମ ପୁତ୍ରବଧୂ ବି ନିଜ ଶ୍ବଶୁରାଳୟରେ ନିଜ ଅଧିକାରରୁ ବଞ୍ଚିତ ହୋଇ ମାନସିକ ଓ ଶାରୀରିକ ସ୍ତରରେ ନିର୍ଯ୍ୟାତିତା ହେଉଛି |

କେବେ ପୁଣି ନାରୀକୁ ପୁରୁଷ ପଣ୍ୟ ଦ୍ରବ୍ୟ ବା ଉପଭୋଗ୍ୟ ଦ୍ରବ୍ୟ ଭାବେ ତାର ସଉଦା କରୁଛି ତ ପୁଣି କେବେ ନାରୀ ନିଜେ ମର୍ଯ୍ୟଦାର ସୀମା ଲଙ୍ଘନ କରି ନଗ୍ନତାକୁ ଆପଣାଇ ନିଜେ ପୁଣି ନିଜର ଧ୍ବଂସକାରୀଣୀ ହେବା ସହ ସମାଜକୁ ମଧ୍ୟ ଧ୍ବଂସାଭିମୁଖୀ କରୁଛି | କେବେ କେବେ ପୁଣି ଦେଖା ଯାଉଛି ଯେ ନାରୀ ଆଜି ପୁରୁଷକୁ ନିଜର କ୍ରୀଡନକ କରି ନିଜେ ନାରୀର ଶତ୍ରୁ ହୋଇ ନାରୀ ପ୍ରଗତିରେ ଅନ୍ତରାୟ ହେଉଛି | ତେଣୁ ନାରୀ ପରି ଇଶ୍ବରଙ୍କର ଏହି ଅନବଦ୍ୟ ମହାନ ସୃଷ୍ଟି ନିଜେ ହିଁ ନିଜର ମାନ ମର୍ଯ୍ୟଦା, ନିଜର ଗୌରବ,ନିଜର ରକ୍ଷାକାରୀଣୀ ଓ ନିଜର ସଶକ୍ତକାରୀଣୀ ତଥା ସମାଜର ମଙ୍ଗଳକାରୀଣୀ |ଏତିକି କାମନା କରୁଛୁ ଯେ ନାରୀ ନିଜର ମହନୀୟତାରେ ବିଶ୍ବ ପ୍ରଗତିରେ ସହାୟକ ହେଉ ଓ ନିଦ ଆଦର୍ଶକୁ ଚିର ବଜାୟ ରଖୁ |

 

ଆଜିର ଏହି “ବିଶ୍ବ ଆନ୍ତର୍ଯାତୀୟ ନାରୀ ଦିବସ” ରେ ବିଶ୍ବର ପ୍ରତ୍ୟେକ ନାରୀଙ୍କୁ ଆମର ଆନ୍ତରିକ ଶୁଭେଚ୍ଛା ଓ  ଶୁଭକାମନା !

Comments

comments