OdiaWeb- Odia Film, Music, Songs, Videos, SMS, Shayari, Tourism, News

ପବିତ୍ର ବଡ ଦିନ ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ଲାଷ୍ଟିକ ବୋତଲକୁ ବ୍ୟବହାର କରି ପ୍ରସ୍ତୁତ କଲେ ସାଣ୍ଟା କ୍ଲଜ

୨୦୧୮ ମସିହା ପବିତ୍ର ବଡଦିନ ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ୪୦ ଜଣ ସହଯୋଗୀଙ୍କ ସହ ମିଶି ପୁରୀର ସମୁଦ୍ର ବେଳାଭୂମିରେ ୧୦,୦୦୦ ବର୍ଯ୍ୟ ପ୍ଲାଷ୍ଟିକ ବୋତଲ ଓ ୮୦୦ଟନ ବାଲି ବ୍ୟବହାର କରି ତିଆରି କରିଛନ୍ତି ୩୦ପୁଟ ଉଚ୍ଚ ଓ ୧୦୦ପୁଟ ଓସାର  ବିଶିଷ୍ଟ ବିଶାଳ ସାଣ୍ଟା କ୍ଲଜର ବାଲୁକା କଳା ଯାହା ଲୋକମାନଙ୍କ ଦେଖିବା ପାଇଁ ନୂଆ ବର୍ଷ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ|

Sand Art By Sudarsan Pattnaik Santa

ଏହି ବିଶାଳ ବାଲୁକା କଳା ଶ୍ରୀ ପଟ୍ଟନାୟକଙ୍କର ବିଶ୍ବ ରେକର୍ଡ ପାଇଁ ଆଉ ଏକ ପ୍ରୟାସ | ଏହି ବାଲୁକା କଳା ଦ୍ବାରା ସେ ପ୍ଲାଷ୍ଟିକ ପ୍ରଦୁଷଣର ଭୟାନକ ପରିସ୍ଥିତି ସମ୍ବନ୍ଧରେ ବିଶ୍ବକୁ ସତର୍କ କରାଇବା ସହ ବର୍ଯ୍ୟ ପ୍ଲାଷ୍ଟିକର ରିୟୁଜ ଓ ରିସାଇକେଲକୁ ଗୁରୁତ୍ବ ଦେଇ ଖୁସି ସହକାରେ ଏକ ସବୁଜ ଖ୍ରୀଷ୍ଟ ମାସ ପାଳନ କରିବାର ବାର୍ତ୍ତା ସମଗ୍ର ବିଶ୍ବକୁ ଦେଇଛନ୍ତି| କାରଣ ଆପଣ ଜାଣନ୍ତି ଯେ ବର୍ତ୍ତମାନ ପ୍ଲାଷ୍ଟିକ ପ୍ରଦୁଷଣ ବିଶ୍ବରେ ଏକ ମୁଖ୍ୟ ସମସ୍ୟା ଭାବେ ଦଣ୍ଡାୟମାନ | ଗତ ବର୍ଷ ଅର୍ଥାତ ୨୦୧୭ ମସିହା ବଡଦିନ ଅବସରରେ ମଧ୍ୟ ଓଡିଶାର ଏହି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପୁରୀ ବେଳାଭୂମିରେ ନିଜର ୪୦ଜଣ ସହଯୋଗୀ ଶିଳ୍ପୀଙ୍କ ସହଯୋଗରେ ‘ଓ୍ବାର୍ଲ୍ଡ ପିସ’ ଅର୍ଥାତ ‘ବିଶ୍ବ ଶାନ୍ତି’ର ବାର୍ତ୍ତା ବହନ କରୁଥିବା ୨୫ ପୁଟ ଉଚ୍ଚ ଓ ୫୦ପୁଟ ଓସାର ବିଶିଷ୍ଟ ବିଶ୍ବର ବୃହତ୍ତମ ବାଲୁକା ସାଣ୍ଟା କ୍ଲଜର ମୁହଁ ତିଆରି କରି ‘ଲିମକା ବୁକ ଅଫ୍ ଓାର୍ଲ୍ଡ ରେକର୍ଡ’ ସୃଷ୍ଟି କରିଛନ୍ତି | ଏହି ବିଶାଳ ସାଣ୍ଟା କ୍ଲଜ ମୁହଁ ସମ୍ମୁଖରେ ୬୦୦ଟନ ବାଲିରେ ଏକ ବଡ ବାଲୁକା ଯୀଶୁ ଖ୍ରୀଷ୍ଟ ମଧ୍ୟ ସେ ତିଆରି କରିଥିଲେ ଯାହା ବହୁ ସଂଖ୍ୟକ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା|

ସେହି ପରି ୨୦୧୬ ମସିହାର ବଡଦିନ ଅବସରରେ ନିଜର ୩୫ ଜଣ ଛାତ୍ର ଛାତ୍ରୀଙ୍କ ସହଯୋଗରେ ସେ ପୁରୀ ସମୁଦ୍ର ବେଳାଭୂମିରେ ୧୦୦୦ଟନ ବାଲି ବ୍ୟବହାର କରି ୧୦୦୦ଗୋଟି ଛୋଟ ଛୋଟ ସୁନ୍ଦର ସାଣ୍ଟା କ୍ଲଜ ତିଆରି କରି ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛନ୍ତି ଯାହାର ବାର୍ତ୍ତା ଥିଲା “ବ୍ରିଙ୍ଗ ହାପିନେସ ଟୁ ଦ ଓ୍ବାର୍ଡ” ବା “ଗ୍ଲୋବାଲ ହାପିନେସ” ଅର୍ଥାତ “ବିଶ୍ବକୁ ଖୁସି ଆଣିବା”|

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ଅନନ୍ୟ ଓ ଉଚ୍ଚକୋଟୀର ବାଲୁକା କଳା ମାଧ୍ୟମରେ ବିଶ୍ବ ମଙ୍ଗଳକାରୀ ବାର୍ତ୍ତା ଦେଇ ବିଶ୍ବ ସ୍ତରରେ ସୁନାମ ଅର୍ଜନ କରିବା ସହ ଆନ୍ତର୍ଜାତୀୟ ସ୍ତରରେ ଆମ ଓଡିଶାକୁ ମଧ୍ୟ ଗୌରବାନ୍ବିତ କରି ଆସୁଛନ୍ତି| ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ ଯେ ପୂର୍ବରୁ ମଧ୍ୟ ଏହି ମହାନ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ବିଶ୍ବର ସର୍ବୋଚ୍ଚ ବାଲୁକା କଳା ତିଆରି କରି ଗିନିଚ ବୁକ ଅଫ୍ ଓ୍ବାର୍ଡ ରେକର୍ଡ ସୃଷ୍ଟି କରି ସାରିଛନ୍ତି| ବାଲୁକା କଳା ପାଇଁ ଓଡିଶାକୁ ବିଶ୍ବରେ ସ୍ବତନ୍ତ୍ର ପରିଚୟ ଦେଇଥିବା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଆମର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା |

Comments

comments