OdiaWeb- Odia Film, Music, Songs, Videos, SMS, Shayari, Tourism, News

ପୁଲଓ୍ବାମାର ହୃଦୟ ବିଦାରକ, ମର୍ମନ୍ତୁତ ,ବର୍ବର ଘଟଣା ସାରା ଭାରତକୁ କରି ଦେଇଛି ସ୍ତବ୍ଧ !

ପୁଲଓ୍ବାମାର ହୃଦୟ ବିଦାରକ, ମର୍ମନ୍ତୁତ ,ବର୍ବର ଘଟଣା ସାରା ଭାରତକୁ କରି ଦେଇଛି ସ୍ତବ୍ଧ !
ଚାଲନ୍ତୁ ,ଭାରତର ଏହି ବୀର ଅମର ଶହୀଦଙ୍କ ଉଦ୍ଦେଶ୍ୟରେ ୨ମିନିଟର ନିରବ ପ୍ରାର୍ଥନା କରିବା…

Pulwama
Pulwama

ଗତ ଫ୍ରେବୁଆରୀ ୧୪ ତାରିଖରେ କାଶ୍ମୀର ର ପୁଲୱାମାର ଅବନ୍ତିପୁରାରେ ଘଟି ଯାଇଛି ଏପରି ମର୍ମନ୍ତୁତ, ହୃଦୟ ବିଦାରକ ଘଟଣା ଯାହା ସାରା ଭାରତକୁ କରି ଦେଇଛି ସ୍ତବ୍ଧ | ପାକିସ୍ତାନ ଆତଙ୍କବାଦୀମାନଙ୍କର ଆତ୍ମଘାତୀ ଆକ୍ରମଣରେ ଭାରତର ୪୫ ଜଣ ଯବାନ ମାତୃଭୂମି ପାଇଁ ପ୍ରାଣ ବଳି ଦେଇ ଶହୀଦ୍ ହୋଇ ଯାଇଛନ୍ତି ଓ ୪୪ରୁ ଉର୍ଦ୍ଧ୍ବ ଆଘାତପ୍ରାପ୍ତ ହୋଇ ଚିକିସ୍ଛାଧୀନ ଅଛନ୍ତି । ୧୮ ବର୍ଷ ଭିତରେ ଏହି ବର୍ବର ଅମାନୁଷିକ କାଣ୍ଡ ଦେଶର ସବୁଠୁ ବଡ ଆତଙ୍କବାଦୀ ହମଲା ।
ଏହି ଶହୀଦ୍ ବୀର ଜଓ୍ବାନଙ୍କ ମଧ୍ୟରେ ୨ ଜଣ ଓଡିଆ ପୁଅ ମଧ୍ୟ ରହିଛନ୍ତି | ସେମାନେ ହେଲେ ଜଗତସିଂହପୁର ଜିଲ୍ଲାର ନାଉଗାଁ ଶିଖର ଗାଁର ସି.ଆର.ପି.ଏଫ ୬୧ ବାଟାଲିୟନରେ କାର୍ଯ୍ୟରତ ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା । ହଠାତ ଏଭଳି ଖବର ପାଇ ତାଙ୍କ ପରିବାର ଲୋକେ ହତବାକ ହୋଇ ପଡିଛନ୍ତି ଓ ଦୁହିଁଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

ଜମ୍ମୁ-କାଶ୍ମୀରର ଫୁଲୱାମାର ର ବର୍ବରୋଚିତ ଆକ୍ରମଣ ପରେ ପାକିସ୍ତାନକୁ କଡା ଜବାବ ଦେବା ପାଇଁ ବର୍ତ୍ତମାନ ଭାରତ ସରକାର ନେଇଛନ୍ତି ୫ ଟିବଡ ନିଷ୍ପତ୍ତି !

ଶୁକ୍ରବାର(୧୬-୦୨-୧୯) ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦେଶର ସୁରକ୍ଷାକୁ ନେଇ କେନ୍ଦ୍ରିୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପାକିସ୍ତାନରୁ ‘ମୋଷ୍ଟ ଫେୱର୍ଡ ନ୍ୟାସନ୍’ ର ସମ୍ନାନ ପୁନଶ୍ଚ ଫେରାଇ ନିଆ ଯାଇଛି । ସି.ସି.ଏସ୍ ର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛଡା ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ୍ ,ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ,ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ୍ ସାମିଲ୍ ହୋଇଥିଲେ । ଆସନ୍ତୁ ଜାଣିବା ଏହି ବୈଠକରେ ନିଆ ଯାଇଥିବା ବଡ ବଡ ନିଷ୍ପତ୍ତି |

୧ . ପାକିସ୍ତାନରୁ ‘ମୋଷ୍ଟ ଫେୱର୍ଡ ନ୍ୟାସନ୍’ ର ସମ୍ନାନ ପୁନଶ୍ଚ ଫେରାଇ ନିଆଯାଇଛି । ଅର୍ଥାତ୍ ଏବେ ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନକୁ ଟ୍ରେଡ୍ କରିବା ପାଇଁ ଯେଉଁ ସୁଯୋଗ ମିଳୁଥିଲା ତାହା ଏବେ ବନ୍ଦ ହୋଇଯିବ ।

୨ . ବିଦେଶ ମନ୍ତ୍ରାଳୟ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ଅଲଗା କରିବା ପାଇଁ ସବୁ ଦେଶ ସହ କଥାବାର୍ତ୍ତା କରିବ । ଦୁନିଆ ସାମ୍ନାରେ ପାକିସ୍ତାନର ଆତଙ୍କ ପରସ୍ତୀ ଚେହେରାର ପର୍ଦ୍ଦାଫାସ୍ କରାଯିବ ।

୩ . ୧୯୮୬ ରେ ଭାରତ ସଂଯୁକ୍ତ ରାଷ୍ଟ୍ରରେ ଆତଙ୍କବାଦର ପରିଭାଷାକୁ ବଦଳାଇବା ପାଇଁ ପ୍ରସ୍ତାବ ଦିଆଯିବ । ଏହି ପ୍ରସ୍ତାବକୁ ପାସ୍ କରିବା ପାଇଁ ସମ୍ପୁର୍ଣ୍ଣ ଚେଷ୍ଟା କରାଯିବ । ପ୍ରସ୍ତାବକୁ ପାସ୍ ପାଇଁ ଅନ୍ୟ ଦେଶ ଉପରେ ଚାପ ପ୍ରୟୋଗ କରାଯିବ ।

୪ . ଗୃହମନ୍ତ୍ରୀ ରାଜନାଥ ସିଂହ ଶନିବାର ସର୍ବଦଳୀୟ ବୈଠକ କରିବେ । ଏହି ବୈଠକରେ ରାଜନାଥ ସିଂହ ବିପକ୍ଷ ପାର୍ଟିଙ୍କ ସହ ବିସ୍ତାର ଭାବରେ ଆଲୋଚନା କରିବେ ।

୫ . ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆତଙ୍କବାଦ ବିପକ୍ଷରେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀ ବହୁତ ବଡ ଭୁଲ୍ କରିଦେଲେ ଏବଂ ଶହୀଦ ମାନଙ୍କ ବଳିଦୀନ ବ୍ୟର୍ଥ ଯିବ ନାହିଁ | ପାକିସ୍ତାନକୁ ଉଚିତ ଜବାବ୍ ଦିଆଯିବ |

ତେବେ ଏହି ଘଟଣା ପରେ ଭାରତରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି ।କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ଭାରତୀୟ ସେନାଧ୍ୟକ୍ଷ ବି.କେ ସିଂହ ଏହି ଘଟଣା ପରେ ଆତଙ୍କବାଦୀଙ୍କୁ ମାନଙ୍କୁ କଡା ଜବାବ ଦିଆଯିବ ବୋଲି କହିଛନ୍ତି । ଶହୀଦଙ୍କ ପ୍ରତିଟି ରକ୍ତବିନ୍ଦୁର ହିସାବ ନିଆଯିବା ସହ ଆତଙ୍କି ହମଲାର ପ୍ରତିଶୋଧ ନିଆଯିବ । ଶହୀଦଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି କହିଛନ୍ତି ବି.କେ ସିଂହ ।

ଆସନ୍ତୁ ଜାଣିବା କେମିତି ହୋଇଥିଲା ଆକ୍ରମଣ :-

ଜମ୍ମୁ-କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ହାଇୱେରେ ସି.ଆର.ପି.ଏଫ ର ଯବାନ ମାନେ ୧୦ରୁ ଅଧିକ ବସରେ ଯାଉଥିବା ବେଳେ ଫୁଲୱାମାର ଅବନ୍ତିପୁରା ଅଞ୍ଚଳରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ । ଏହି ସମୟରେ ସି.ଆର.ପି.ଏଫ ର ଦୁଇଟି ବସକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ସି.ଆର.ପି.ଏଫ ଯବାନଙ୍କ ବସ୍ ସହ ଆଇଇଡି ବିସ୍ଫୋରକ ଭର୍ତ୍ତି ହୋଇଥିବା ଏକ କାରକୁ ଧକ୍କା କରିଥିଲେ ଆତଙ୍କବାଦୀ ।
ଫଳରେ ଘଟଣାସ୍ଥଳରେ ବଡ ଧରଣର ବିସ୍ଫୋରଣ ହେବା ସହ ୩୦ ଜଣ ଯବାନ ଶହୀଦ ହୋଇଥିଲେ । ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଜୈସ-ଇ-ମହମ୍ମଦ ନିଜକୁ ଦାୟୀ କରିଛି ।ଏହାପୂର୍ବରୁ ୧୮ ସେପ୍ଟେମ୍ବର ୨୦୧୬ରେ ଉରିରେ ବଡ ଧରଣର ଆକ୍ରମଣ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୧୯ ଜଣ ଯବାନ ସହିଦ ହୋଇଥିଲେ । ଆଉ ଉରି ଠାରୁ ପୁଲୱାମାରେ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଆହୁରି ସାଂଘାତିକ ରୂପ ନେଇଛି । ଯେଉଁଥିରେ ୪୫ ଜଣ ଯବାନ ଶହୀଦ ହୋଇଛନ୍ତି ।

ଦେଶ ପାଇଁ ବଳିଦାନ ଦେଇଥିବା ପବିତ୍ର ଭାରତ ମାଟିର ଏଇ ବୀର ପୁତ୍ର ମାନଙ୍କୁ ଆମର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି l ଈଶ୍ୱର ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଅସୀମ ଧୌର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ l ଚାଲନ୍ତୁ ,ଭାରତର ଏହି ବୀର ଅମର ଶହୀଦଙ୍କ ଉଦ୍ଦେଶ୍ୟରେ ୨ମିନିଟର ନିରବ ପ୍ରାର୍ଥନା କରିବା…
ଜୟ ହିନ୍ଦ୍ !

Comments

comments