ଆବଶ୍ୟକ ସାମଗୀ :
ହରଡ ଡାଲି : ୫୦୦ ଗ୍ରାମ
ପରିବା : ୩୫୦ ଗ୍ରାମ (ଦେଶି ଆଳୁ, ପୋଟଳ, କଖାରୁ, କାଙ୍କଡ, ବାଇଗଣ, ପଣସ କଠା)
ଘିଅ : ୧୦୦ ଗ୍ରାମ
ଅଦା : ୫୦ ଗ୍ରାମ
ଭଜା ଜିରା ଲଙ୍କା ଗୁଣ୍ଡ : ୨୫ ଗ୍ରାମ
ହଳଦୀ ଗୁଣ୍ଡ : ପରିମାଣ ଅନୁସାରେ
ଲୁଣ : ପରିମାଣ ଅନୁସାରେ
ନଡିଆ : ୧ ଫାଳର କୋରା
ତେଜ ପତ୍ର : ୪/୫ ଗୋଟା
ଫୁଟଣ : ୪ ଚା ଚାମଚ
ଧନିଆ ପତ୍ର : ଛୋଟ ୨ ବିଡା
ନାଡି : ୫୦ ଗ୍ରାମ
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଡାଲିକୁ ଧୋଇ ଚୁଲୀରେ ବସାନ୍ତୁ । ଡାଲି ଫୁଟି ଆସିଲେ ଆବଶ୍ୟକ ପରିମାଣର ହଳଦି ଗୁଣ୍ଡ ପକାନ୍ତୁ । ତାପରେ ପରିବା ଗୁଡିକ ଛୋଟ ଛୋଟ ଖଣ୍ଡ କରି କାଟି ପକାନ୍ତୁ । କିଛି ସମୟ ଫୁଟିବା ପରେ ନଡିଆ କୋରା ପକାନ୍ତୁ । ତା ପରେ ଅଳ୍ପ ଅଦା ଛେଚି ପକାନ୍ତୁ । ପରିମାଣ ଦେଖି ଲୁଣ ପକାନ୍ତୁ । ପରିବା ସିଝି ଗଲେ ଓହ୍ଲାଇ ଦିଅନ୍ତୁ । ତା ପରେ କଡାଇରେ ଘିଅ ଗରମ କରି ତେଜପତ୍ର ଫୁଟଣ ପକାନ୍ତୁ । ଫୁଟି ଆସିଲେ ବାକି ଅଦା ଛେଚି ପକାନ୍ତୁ । ତାପରେ ଡାଲମା ଓଜାଡି ବଘାରନ୍ତୁ । ଜିରା ଗୁଣ୍ଡ ଦେଇ ଧନିଆ ପତ୍ର ଓ ନାଡି ପକାଇ ଓହ୍ଲାଇ ଦିଅନ୍ତୁ ।
ଏବେ ଡାଲମା ପ୍ରସ୍ତୁତ ହେଇଗଲା । ପରଷନ୍ତୁ ଓ ନିଜେ ଖାଇ ଦେଖନ୍ତୁ । ଖେଚେଡି ପରି ଏହା ପ୍ରଭୁ ଜଗନ୍ନାଥଙ୍କର ଏକ ପ୍ରଧାନ ଖାଦ୍ୟ ।