Cabbage Bara Odia Recipe
Prepare time: 30 min
Cook: 30 min
Ready in: 1 hr 00 min

ଆବଶ୍ୟକ ସାମଗ୍ରୀ:

  • ବିରି – ୨୫୦ ଗ୍ରାମ
  • ବନ୍ଧାକୋବି – ୨୫୦ ଗ୍ରାମ
  • କଞ୍ଚାଲଙ୍କା – ୨ଟା
  • କଳାଜିରା – ୨ ଚାମଚ୍
  • ତେଲ – ଛାଣିବା ପାଇଁ
  • ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ବିରିକୁ କିଛି ପାଣିରେ ବତୁରାଇଦିଅ । ବିରି ବତୁରିଲା ପରେ ଚିକ୍କଣ କରି ବାଟ । ବନ୍ଧାକୋବିକୁ ଧୋଇ ଚୁନାଚୁନା କରି କାଟି ଦିଅ । ବିରିବଟା ରେ ବନ୍ଧାକୋବି, ପିଆଜ ଓ କଞ୍ଚାଲଙ୍କାକୁ ମିଶାଇ ଗୋଳାଇଦିଅ । ସେଥିରେ ଲୁଣ ଓ କଳାଜିରା ମିଶାଇଦିଅ । ତେଲ କଡାଇରେ ଗରମ କର ଓ ଏହି ବିରିଗୋଳାକୁ ଗୋଲ୍ ଗୋଲ୍ କରି ବରା ଆକାରରେ ଛାଣ । ଗରମ ଗରମ ପରଷିଦିଅ ।

LEAVE A REPLY

Please enter your comment!
Please enter your name here