ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ କଞ୍ଚା କଖାରୁ
୨୫୦ ଗ୍ରାମ୍ ଚିଙ୍ଗୁଡ଼ି
୫ଟା ଲଙ୍କା
୧ ଗୋଟି ପିଆଜ
୪ ପାଖୁଡ଼ା ରସୁଣ
୪ ଚାମଚ ତେଲ
୧ ଚାମଚ ଜିରା,
ଅଧାଇଞ୍ଚ ଅଦା,
ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ |
ପ୍ରଣାଳୀ – ଚିଙ୍ଗୁଡ଼ିକୁ ଭଲଭାବରେ ଧୋଇକରି ଭାଜିକରି ରଖିବ, କଞ୍ଚା କଖାରୁକୁ ପତଳା ପତଳା କାଟିକରି ରଖିବ । ପିଆଜ, ରସୁଣ ଓ ଅଦାକୁ ବାଟିକରି ରଖ । ଜିରା ଏବଂ ଲଙ୍କାକୁ ଭାଜି ଗୁଣ୍ଡ କରି ରଖିବ । କରେଇରେ ତେଲ ଗରମକରି କଖାରୁକୁ ସନ୍ତୁଳିନେବ । ଲୁଣ, ହଳଦୀ, ପିଆଜ, ରସୁଣ, ଅଦାବଟା ପକାଇ ଭଲଭାବରେ କସିଦେବ, କମ୍ ନିଆଁରେ ଏହାଜୁ ସନ୍ତୁଳିତ କଖାରୁ ସିଝି ଆସିଲେ ସେଥିରେ ଚିଙ୍ଗୁଡ଼ି ପକାଇ ଭଲଭାବେ ଗୋଳିକରି ସେଥିରେ ଜିରା ଏବଂଲଙ୍କାଗୁଣ୍ଡ ପକାଇ ତରକାରୀକୁ ଓହ୍ଲାଇଦେବ । ଏହି
ତରକାରୀରେ ବେଶି ଝୋଳ ରହିବ ନାହିଁ ।