
ସାମଗ୍ରୀ :
ଛୋଟ କଙ୍କଡା -୮ଟି
ପିଆଜ-୧୦୦ମିଲି
ଗୋଲମରିଚ-୧ ଚାମଚ
ଗୋଟା ଧନିଆ-୧ଟେ .ଚାମଚ
ଲାଲ୍ ଲଙ୍କା-୧୨ଟି
ଜିରା-୧/୨ ଚାମଚ
ଅଳେଇଚ -୪ଟି
ଲବଙ୍ଗ-୮ଟି
ଡାଲ୍ଚିନି-୨ଇଞ୍ଚ
ତେନ୍ତୁଳି ମଣ୍ଡ-୩ ଟେ.ଚାମଚ
କୋରା ନଡିଆ-୨ଟେ.ଚାମଚ
ହଳଦି-୧/୨ ଚାମଚ
ନଡିଆ କ୍ଷୀର-୭୫ ମିଲି
ଲୁଣ- ସ୍ୱାଦାନୁସାରେ
ଧନିଆ ପତ୍ର କଟା
ପ୍ରଣାଳୀ :
କଙ୍କଡାକୁ ପିସ୍ କରି କାଟନ୍ତୁ । ୨ଟି ପିଆଜକୁ ସରୁ ଲମ୍ବା ଓ ବାକି ୨ଟିକୁ ଚୂନା କରି କାଟନ୍ତୁ । କରେଇରେ ତେଲ ଗରମ କରି ସରୁ କଟା ପିଆଜ ପକାଇ ଲାଲ୍ କରି ଭାଜନ୍ତୁ ଓ କଢା ପେପର୍ ଉପରେ ରଖନ୍ତୁ । ଶୁଖିଲା କରେଇରେ ଗୋଲମରିଚ ,ଧନିଆ ,ଲଙ୍କା, ଜିରା,ଅଳେଇଚ ,ଡାଲ୍ଚିନି ,ଲବଙ୍ଗ ପକାଇ ଭାଜି ଏହା ସହ ତେନ୍ତୁଳି ମଣ୍ଡ ଓ ଭଜା ପିଆଜ ମିଶାଇ ଚିକ୍କଣ କରି ବାଟନ୍ତୁ ।