ସାମଗ୍ରୀ:
- ଅଟା – ୧ କପ
- ଗଜା ମୁଗ – ୧ କପ
- ତେଲ – ୩ ରୁ ୪ ଟେବୁଲ ଚାମଚ
- ଅଦା ପେଷ୍ଟ – ୧/୨ ଚା’ ଚାମଚ
- ହେଙ୍ଗୁ – ଚିମୁଟାଏ
- ଜିରା – ୧/୪ ଚା’ ଚାମଚ
- କଟା କଞ୍ଚା ଲଙ୍କା – ୧ ଟି
- କଟା ଧନିଆ ପତ୍ର – ୨ ଟେବୁଲ ଚାମଚ
- ଲଙ୍କା ଗୁଣ୍ଡ – ୧/୪ ଚା’ ଚାମଚ
- ଧନିଆ ଗୁଣ୍ଡ – ୧/୪ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
ଗଜା ମୁଗକୁ ପ୍ରଥମେ ବାଟି ନିଅନ୍ତୁ । ଏବେ ଅଟାରେ ବାଟ ଗଜା ମୁଗ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ପେଷ୍ଟ, କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ଜିରା, ଲୁଣ, ହେଙ୍ଗୁ ଓ ୧ ଛୋଟ ଚାମଚ ତେଲ ପକାଇ ଭଲକରି ମିଶାନ୍ତୁ । ଭଲକରି ମିଶିଗଲେ, ଏବେ ଏହି ମିଶ୍ରଣରେ ଅଳ୍ପ ଅଳ୍ପ ପାଣି ଦେଇ ଅଟାକୁ ଭଲ କରି ଚକଟି ନିଅନ୍ତୁ । ଚକଟା ଅଟାକୁ ୨୦ ମିନିଟ ସଫା କପଡ଼ାରେ ଘୋଡାଇ ରଖି ଫିଲାଇବା ପାଇଁ ଚଡି ଦିଅନ୍ତୁ । ୨୦ ମିନିଟ ପରେ ଏବେ ଚକଟା ଅଟାକୁ ତୁରନ୍ତ ବେଲି ତାୱା ରେ ଘିଅ ବା ତେଲରେ ଗରମ କରି ସେକନ୍ତୁ । ଗରମାଗରମ ପରଟାକୁ ଦହି କିମ୍ବା ଆଳୁଦମ ସହ ପରସନ୍ତୁ ।